କନ୍ଧମାଳରେ ମରୁଡ଼ି ସ୍ଥିତି: ତିନି ମାସରେ ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡ଼କ

:କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି। ବିଶେଷକରି ଅଗଷ୍ଟ ମାସଟି କନ୍ଧମାଳ ଜିଲ୍ଲାର ଚାଷୀଙ୍କ ପାଇଁ ଅଭିଶାପ ପାଲଟିଛି। ପ୍ରତିବର୍ଷ ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲାରେ ହାରାହାରି ୨୨୫ ମିମି. ବୃଷ୍ଟିପାତ ହେଉଥିବା ବେଳେ ଚଳିତବର୍ଷ ଅଗଷ୍ଟ ମାସ ୨୧ ତାରିଖ ସୁଦ୍ଧା ମାତ୍ର ୮୦ ମିମି ବୃଷ୍ଟିପାତ ହୋଇଛି। ଅଗଷ୍ଟ ମାସରେ ଏଭଳି ନିଅଣ୍ଟିଆ ବର୍ଷା ଫଳରେ କନ୍ଧମାଳ ଜିଲ୍ଲାରେ ଆସନ୍ନ ମରୁଡ଼ି ପରିସ୍ଥିତି ଉପୁଜିଛି। ଅଗଷ୍ଟ […]

କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ୩-୦ ଗୋଲରେ ଡଙ୍ଗରପଡ଼ା ଦଳ ବିଜୟୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗୋଷ୍ଠୀ ଖେଳ ପଡ଼ିଆ ଠାରେ ଚଳିତ ମାସ ୧୯ ତାରିଖ ଠାରୁ ଆରମ୍ଭ ହୋଇ ଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ରବିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲାର ୧୬ ଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଥିଲେ । ଆଜିର ଏହି ଫାଇନାଲ ଖେଳରେ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ସିନ୍ଦ୍ରିଗାଁ ଦଳ ସହିତ ଫିରିଂଙ୍ଗିଆ ବ୍ଳକ […]

ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ କାର୍ଯ୍ୟାଳୟ ଉଦଘାଟିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ନିର୍ମିତ ହୋଇଥିବା ମହିଳା ମହାସଂଘର କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଏଥିରେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ କାର୍ଯ୍ୟାଳୟ ଉଦଘାଟିତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୧୨୦ ଏସଏଚଜି ମହିଳା ସଂଘର ସଭ୍ୟା ଓ କର୍ମକର୍ତ୍ତା ଯୋଗଦେଇ ମୁଖ୍ୟମନ୍ତ୍ରୀକୁ ଧନ୍ଯବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟାଳୟ ନିର୍ମାଣ ହେବା ଫଳରେ ଗ୍ରାମ […]

ବଡମ୍ବାକୁ ଏନଏସି ଘୋଷଣା କରିବା ଓ ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବି ଜୋର ଧରିଲା

ବଡମ୍ବା(ଉଲାପ୍ର)ବଡମ୍ବା ନାଗରିକ ମଞ୍ଚ ପକ୍ଷରୁ ଆଜି ବଡମ୍ବା ସ୍ଥିତ ସଂଗ୍ରାମୀ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ମଞ୍ଚ ର ସଭାପତି ଦାମୋଦର ରଣା ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନାଗରିକ ମଞ୍ଚର ସମ୍ପାଦକ ଅମୀୟ ପଟ୍ଟନାୟକ ବଡମ୍ବାର ବିଭିନ୍ନ ବିକାଶମୂଳକ କାର୍ଯ୍ୟନେଇ ଆଲେଚନା କରିବାପରେ ବଡମ୍ବା ତହସିଲରେ ସ୍ଥାୟୀ ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବିକୁ ସରକାରଙ୍କ ପାଖରେ ରଖିବା ସହ ବଡମ୍ବାକୁ ଏନ ଏ ସି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।ଏହାସହ ଆହୁରି […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୩୦ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଅଷ୍ଟମୀ ରାତ୍ରି ଘ୦୧/୪୮ ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର- କୃତ୍ତିକା ଦିବା ଘ୦୭/୧୫ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀଚନ୍ଦ୍ର- ବୃଷଯୋଗ-ବ୍ୟାଘାତକରଣ – ବ।ଳବସୌରମାସ-ସିଂହ ୧୪ ଦିନଶ୍ରୀକୃଷ୍ଣ ଜନ୍ମଷ୍ଟମୀ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୪୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୦୮*✧═════•❁❀*ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୧/୪୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ*ବିଛା ରାଶିର ଘାତଚନ୍ଦ୍ରମିଥୁନ ରାଶିର ଘାତବାରଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। – ଦିବା ଘ୦୭/୦୮ ଗତେ ଘ୦୮/୪୧ ମଧ୍ୟେବାରବେଳ।- ଦିବା ଘ୦୨/୫୬ ଗତେ ଘ୦୪/୨୮ ମଧ୍ୟେ══•❁❀❁•═══ବିଶୁଦ୍ଧ […]

ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଁ ମନୋନୀତ ହରି ମିଶ୍ର ଏବଂ ଶୁଶିଲା ଙ୍କୁ ଶୁଭେଚ୍ଛା

ବରଗଡ଼ ୨୮/୮(ସତ୍ୟ ନାରାୟଣ ପ୍ରଧାନ)ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଁ ବରଗଡ଼ ର ବର୍ଷିଆନ ନିର୍ଦ୍ଦେଶକ ହରିହର ମିଶ୍ର ଏବଂ ଅଭିନେତ୍ରୀ ଶୁଶିଲା ନାୟାର ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ସହରରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ରାଜ୍ୟ ସଭା ସା°ସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ବର୍ଷିଆନ ନିର୍ଦ୍ଦେଶକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତା ରେ ବିଳମ୍ବ ହେଲେ ମଧ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଛନ୍ତି। ସେ […]

ଭିଜିଲାନ୍ସ ଜାଲରେ ପଡ଼ିଲେ ବିଜେପୁର ବିଡ଼ିଓ

ବରଗଡ଼ ୨୯/୮-ଗତ କିଛି ଦିନ ହେବ ବରଗଡ଼ ଜିଲ୍ଲା ର ଦୁର୍ନୀତି ଖୋର ସରକାରୀ କର୍ମଚାରୀ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣ ର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଯିବା ଘଟଣା ଦୁର୍ନୀତି ଖୋର ସରକାରୀ ବାବୁଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଆଜି ପୁଣି ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ପଦ୍ମନାଭ ସାମନ୍ତରାୟ ଭୋର୍‌ରୁ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ମୋଟାଅଙ୍କର ଟଙ୍କା ଧରି […]

ଜାତୀୟ କ୍ରୀଡା ଦିବସରେ ସେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼(ଉଲାପ୍ର)ଓଡ଼ିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ବରଗଡ଼ ଗୁଡେଶିରା ସ୍ଥିତ ମାର୍କେଟ ୟାର୍ଡ ରେ ଏକ ରକ୍ତ ଦାନ ଶିବିର ର ଆୟୋଜନ କରିବା ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ବରଗଡ଼ ସଦର ଥାନା ଅଧିକାରୀ ବିରଳ ଚନ୍ଦ୍ର ସହିଶ ଫିତା କାଟି ଉଦ୍ଘାଟନ କରିଥିଲେ। ସମସ୍ତ ଜିଲ୍ଲା ରୁ ଆସିଥିବା ଡ଼୍ରାଇଭର ଭାଇ […]

ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ଗିରଫ

ବରଗଡ଼(ଉଲାପ୍ର)ବରଗଡ଼ ସହରର ଗଳିକନ୍ଦିରେ ଚାଳିଛି ନିଶା କାରବାର। ଏଥିରୁ ସ୍ଥାନୀୟ ଉପ କାରାଗାର(ସବ୍‌ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଆଜି ବରଗଡ଼ ଟାଉନ ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲେ। ଚଢାଉ ବେଳେ ସବ୍‌ଜେଲରେ କାର୍ଯ୍ୟରତ ସୁଇପର ଆକାଶ ସିନ୍ଦ୍ରିଆଙ୍କ କ୍ବାର୍ଟରରୁ ୨ହଜାର ବୋତଲ କଫ ସିରଫ ଜବତ କରାଯାଇଛି। ପୋଲିସ ସୁଇପର ସିନ୍ଦ୍ରିଆଙ୍କୁ ଥାନାକୁ ଆଣି ଅଧିକ ପଚରାଉଚୁରା କରୁଛି।ଏହି କାରବାରରେ ଏକ ର଼୍ୟାକେଟ ଥିବା ଅନୁମାନ କରାଯାଉଛି। ଏ ସକ୍ରାନ୍ତରେ ଟାଉନ ଥାନା […]

କ୍ୟାନ କିଡୋ ତରଫରୁ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ

କଟକ ଜିଲ୍ଲା କ୍ୟାନ୍ କି ଡୋ ଆସୋସିଏସନ, ଆଠଗଡ ପକ୍ଷରୁ ଆୟୋଜିତ ସମାନିତ ଉତ୍ସବ ବୀରକିଶୋରପୁର କାଯ୍ଯଳୟ ଠାରେ ଅନୁଷ୍ଠିତ ହୋଇଅଛି। ଏଥିରେ ବିଭିନ୍ନ କ୍ରୀଡ଼ାରେ ଆଠଗଡ଼ ମାଟି ପାଇଁ ଗର୍ବ ଆଣିଥିବା ଖେଳାଳି ମାନଙ୍କୁ ସମ୍ମାନିତ କରାଗଲା।ଏଥିରେ ସଂଘର ସଭାପତି ରୁଦ୍ର ଚରଣ ମହାନ୍ତି ଉପସଭାପତି ଶ୍ଯାମ ପ୍ରସାଦ ପଣ୍ଡା ମୁଖ୍ୟ ପ୍ରଶିକ୍ଷକ ସନ୍ତୋଷ କୁମାର ବେହେରା ସଂପାଦକ ବଦ୍ରିନାରାୟଣ ବାହିନପତି କୋଷାଧ୍ୟକ୍ଷ ରାହୁଳ କୁମାର ଜେନା ଉପସ୍ଥିତ ଥିଲେ