ଆଠଗଡ ସୋସାଇଟି ଦୁର୍ନୀତିକୁ ନେଇ ଗର୍ଜିଲେ ରାମ,କହିଲେ ସମବାୟ ମନ୍ତ୍ରୀ ଇସ୍ତଫା ଦେଉନାହାଁନ୍ତି କାହିଁକି

ଆଠଗଡ( ଉଲାପ୍ର)ଆଠଗଡ ଗୁରୁଡ଼ିଝାଟିଆ ସୋସାଇଟି ରେ ଚାଷୀଙ୍କର କୋଟିକୋଟି ଟଙ୍କା ଖାଇଯାଇଥିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡ଼ଗଡେଇ ଲାଣି,ଆଉ ଏହି ଘଟଣାକୁ ନେଇ ଆଠଗଡ ରେ ରାଜନୀତି ସରଗରମ ହେବାରେ ଲାଗିଛି, କେବଳ ଗୁରୁଡ଼ିଝାଟିଆ ସୋସାଇଟି ରେ ୧୨୬ ଜଣ ଚାଷୀଙ୍କର ଏକ କୋଟି ଦଶଲକ୍ଷ ଟଙ୍କାକୁ ସିସିବି ବ୍ୟାଙ୍କର କର୍ମଚାରୀ ମାନେ ଆରମ୍ଭ କରି ତଳ ଠାରୁ ଉପର ପର୍ଯ୍ୟନ୍ତ ସମସ୍ତେ ଚଳୁ କରିଦେଇଛନ୍ତି,ଯାହାର ସାକ୍ଷ ପ୍ରମାଣ କଟକ ଡେପୁଟି ରେଜିଷ୍ଟ୍ରାର ତଦନ୍ତ […]

କନ୍ଧମାଳ ଜିଲା ର ବିଭିନ୍ନ ସମସ୍ୟା ନେଇ ମୁଖ୍ୟଶାସନ ସଚିବଙ୍କୁ ଭେଟିଲା ମିଳିତ ନାଗରୀକ ମଞ୍ଚ

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବାପାଇଁ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲା ମିଳିତ ନା ଗରୀକ ମଞ୍ଚ ଭେଟିଥିଲେ। ମିଳିତ ନାଗରୀକ ମଞ୍ଚର ସଭାପତି ଡ.ଅରୁପ ଜେନା, ଆବାହକ ଅଶୋକପରୀଡ଼ା ପ୍ରମୁଖଫୁଲବାଣୀ ସହରରେ ବର୍ଦ୍ଧିତହୋଲଡିଙ୍ଗ ଟାକ୍ସସମସ୍ୟା, ସଦର ମହକୁମା ଡାକ୍ତରଖାନା ସମେତ ଜିଲ୍ଲାରେ ଡାକ୍ତର ସମସ୍ୟା, ଜମିଜମା ମାମଲା ସମାଧାନ ଆଦି ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ମୁଖ୍ୟ ଶାସନ ସଚିବଙ୍କୁ ସ୍କାରକ ପତ୍ର […]

ମିଶ୍ରିତ ଚାଷକରି ମଦନ ଦୁଇ ଗୁଣ ଅର୍ଥ ଉପାର୍ଜନ କଲେ

ଫୁଲବାଣୀ-୨୮/୮(ସୁନୀଲପଟନାୟକ)ମଦନ ମାଝଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକର ବାରଖମା । ଆଗରୁ ମଦନ ବର୍ଷାଜଳ ଉପରେ ନିର୍ଭର କରି ବର୍ଷକୁ ଗୋଟିଏ ଥର ଚାଷ କରି କମ ପଇସା ଉପାର୍ଜନ କରୁଥିଲେ । ଫଳରେ ପିଲାଛୁଆ ସହ ପରିବାର ଚଳାଇବା ମୁସ୍କିଲ ହୋଇପଡୁଥିଲା । ହେଲେ ବାଲିଗୁଡ଼ା ଆଇଟିଡିଏ ବିଭାଗୀୟ ଅଧିକାରୀ ମିଶ୍ରିତ ଚାଷ କରିବାଲାଗି ମଦନକୁ ପରାମର୍ଶ ଦେଇଥିଲେ । ଓ ଏହି ଚାଷ କଲେ ଅଧିକ । ଲାଭବାନ ହେଇପାରିବା ସହ ଦ୍ଵିଗୁଣ ଆୟ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୨୯ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ସପ୍ତମୀ ରାତ୍ରି ଘ୧୧/୧୫ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀନକ୍ଷତ୍ର- କୃତ୍ତିକାଚନ୍ଦ୍ର- ମେଷ ଘ୧୦/୫୬ ପର୍ଯ୍ୟନ୍ତ ଵତଦନ୍ତେ ବୃଷଯୋଗ-ଧୃବକରଣ – ବିଷ୍ଟିସୌରମାସ-ସିଂହ ୧୩ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୨୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୩୮*✧═════•❁❀*ଯୋଗିନୀ ବୟବ୍ୟେ ରାତ୍ରି ଘ୧୧/୧୫ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେ*ମେଷ ରାଶିର ଘାତଚନ୍ଦ୍ର ଓ ଘାତବାରସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୧୦/୧୬ ଗତେ ଘ୦୧/୨୪ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୬/୨୪ ଗତେ ଘ୦୯/୩୪ […]

ଯୁବ ସମାଜ ସେବୀ ତଥା ଦକ୍ଷ ସଂଗଠକଙ୍କୁ ମିଳିଲା ମଦର ତେରେସା ସେବା ସମ୍ମାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଶିଷ୍ଟ ଯୁବ ସମାଜ ସେବୀ ତଥା ଦକ୍ଷ ସଂଗଠକ ପ୍ରଫୁଲ୍ଲ କୁମାର ମଳିକଙ୍କୁ ମଦର ତେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି । ଯୁବ ସମାଜ ସେବୀ ଜଣକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ବୋତଲମେଣ୍ତିଏଲ୍ ପଞ୍ଚାୟତର ରାବାଗୁଡା ଗ୍ରାମର ପ୍ରଫୁଲ୍ଲ କୁମାର ମଳିକ । ଆଦିବାସୀ ଗରିବ ପରିବାରରୁ ଜନ୍ମ ନେଇ ତାଙ୍କର ଯୁବା ସମୟ ଠାରୁ ମାନବ ସେବାକୁ ମାଧବ […]

ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ର ବୈଠକ

ବରଗଡ଼୨୭/୮(ସତ୍ୟ ନାରାୟଣ ପ୍ରଧାନ)ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ଏକ ବୈଠକ ସ୍ଥାନୀୟ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘ ର ସଭାପତି ଦୟାନିଧି ପ୍ରଧାନ ଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ କଳାକାର ମାନଙ୍କ ପାଇଁ ୭ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ସେଥି ମଧ୍ୟରୁ କୋଭିଡ ପାଇଁ ବହୁ ଦିନରୁ ବେକାର ହୋଇ ବସିଥିବା ଧନୁଯାତ୍ରା କଳାକାର ମାନଙ୍କୁ କଳା ପରିବେଷଣ ପାଇଁ ଅନୁମତି ଦେବା, ପ୍ରକୃତ କଳାକାର […]

ସଂସ୍କୃତିଙ୍କର ଓଡ଼ିଶୀ ନୃତ୍ୟରେ ଝୁମିଲେ ଆମେରିକୀୟ ଦର୍ଶକ

ସାନ୍‍ଫ୍ରାନ୍‍ସିସ୍‍କୋ, ୨୬।୮ : ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ସଂସ୍କୃତି ବେବର୍ତ୍ତାଙ୍କର ରସ ଓ ଲାସ୍ୟ ଭରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନରେ ଆମେରିକାର କଳାପ୍ରେମୀ ଜନସାଧାରଣ ମନ୍ତ୍ରମୁଗ୍ଧ ହୋଇଥିବା ଜଣାଯାଇଛି । ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥେଟରଠାରେ ଅନୁଷ୍ଠିତ ହୋଇଥିଲା । ସାନ୍‍ଫ୍ରାନ୍‍ସିସ୍‍କୋସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ ପରିବେଷଣକୁ ଶତାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଭାରତୀୟ ତଥା ବିଦେଶୀ ଦର୍ଶକମାନେ […]

ମାଞ୍ଚେଷ୍ଟରଠାରେ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମାଞ୍ଚେଷ୍ଟର, ୟୁନାଇଟେଡ୍‍ କିଙ୍ଗ୍‍ଡମ୍‍ (ୟୁକେ)ର ଦ୍ୱିତୀୟ ବୃହତ୍ତମ ନଗରୀ ମାଞ୍ଚେଷ୍ଟରଠାରେ ବିଶ୍ୱବ୍ରହ୍ମାଣ୍ଡର ସର୍ବବୃହତ୍ତ ଦେବତାଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି । ସକାଳୁ ପୂଜାର୍ଚ୍ଚନା, ଅଧିବାଶ, କଳସ ଯାତ୍ରା, ଅଭିଷେକ,ମୂର୍ତ୍ତି ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ଆଦି ଧାର୍ମିକ ନୀତି, ବିଧି ମୁତାବକ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ସମାପନ କରାଯାଇଥିଲା । ଏହି ଉପଲକ୍ଷେଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ୨୩୧ନମ୍ବର ଉଇଦିଂଟନ୍‍ ରୋଡ୍‍ସ୍ଥିତ ଗୀତ ହିନ୍ଦୁ ମନ୍ଦିରକୁ ରଙ୍ଗବେରଙ୍ଗର କାଗଜ ଓ […]

ସାହାରା ପକ୍ଷରୁ କନ୍ଧମାଳ ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କର୍ମଶାଳା

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ମାନଙ୍କ ଉପରେ ଶାରୀରିକ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଙ୍କ ଦାୟିତ୍ୱ ଓ ଖବର ପରିବେଷଣ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ସଭା ଗୃହ ରେ ଆୟୋଜନ ହୋଇଯାଇଛି।ଉକ୍ତ କର୍ମଶାଳା ରେ ନାବାଳକ,ମହିଳା ଓ ଶିଶୁ କନ୍ୟାଙ୍କ ଉପରେ ହେଉ ଥିବା ନିର୍ଯାତନା, ହିଂସା ରୋକିବା ଏବଂ ଖବର ପରିବେଷଣର ବିଭିନ୍ନ ଦିଗ […]

ନାଗରିକ ସୁରକ୍ଷା ମଞ୍ଚର ଅଭିଯୋଗକୁ ମୁହଁତୋଡ ଜବାବ ଦେଲେ ଅଭୟ ବାରିକ,ନାଗରିକ ସୁରକ୍ଷା ମଞ୍ଚ ରଣେନ୍ଦ୍ରଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ,ଚାଷୀଙ୍କ ସୁରକ୍ଷା ପାଇଁ ମୁହଁ ଖୋଳୁନ କାହିଁକି

ଆଠଗଡ(ଉଲାପ୍ର)ଚାଷୀଙ୍କ ଟଙ୍କା ଖାଇଲ ଚାଷୀଙ୍କୁ ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସରେ ପଶି ବିଜେଡି କର୍ମୀମାନେ ମାଡ ମାରିଲ, ଶୁକ୍ରବାର ଦିନ ନାଗରିକ ସୁରକ୍ଷା ମଞ୍ଚ ଚାଷୀଙ୍କ ପାଇଁ ନବାହାରି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସୁରକ୍ଷା ଦେବାପାଇଁ ଆଠଗଡ ରେ ଏକ ସାମ୍ବାଦିକ ସମିଳନୀ କରି ଅଭୟ ବାରିକଙ୍କ ଉପରେ ବର୍ଷିଛନ୍ତି ନାଗରିକ ସୁରକ୍ଷା ମଞ୍ଚର କର୍ମକର୍ତା ମାନେ, ଆଉ ଏହାର ପାଲଟା ଜବାବ ଦେଇଛନ୍ତି ଅପରାହ୍ନରେ ଚାଷୀଙ୍କ ପାଇଁ ଲଢ଼ୁଥିବା ଅଭୟ ବାରିକ,ଏବେ ଆଠଗଡ ଚାଷୀଙ୍କ ପାଇଁ […]