ଜିଲ୍ଲାପାଳ ଙ୍କ ଗୋପେଇପାଲି ସରକାରୀ ହାଇସ୍କୁଲ ପରିଦର୍ଶନ

ବରଗଡ଼ ୨୫/୮(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଗୋପେଇପାଲି ଗ୍ରାମ ର ସରକାରୀ ହାଇସ୍କୁଲ କୁ ଆଜି ଜିଲ୍ଲାପାଳ ମନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ। ରାଜ୍ୟ ସରକାର ଙ୍କ ମୋ ସରକାର ୫ଟି ସ୍କୁଲ ଏବଂ ମୋ ସ୍କୁଲ ଯୋଜନାରେ ଅନ୍ତର୍ଭୁକ୍ତ ଗୋପେଇପାଲି ସରକାରୀ ହାଇସ୍କୁଲ ର ନବ ନିର୍ମିତ ୫ଟି ଆଇସିଟି ଲେବ, ଶ୍ରେଣୀ ଗୃହ, ହଲ୍ ଏବଂ ସ୍କୁଲ ର ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ […]

ରୁରାଲ ହାଉସି° ଯୋଜନା ରେ କେନ୍ଦ୍ର କରୁଛି ଷଡ଼ଯନ୍ତ୍ର

ବରଗଡ଼:-୨୫/୫(ସତ୍ୟ ନାରାୟଣ ପ୍ରଧାନ)ପଶ୍ଚିମ ଓଡ଼ିଶାରେ ରୁରାଲ ହାଉସି° ପ୍ରଦାନ ରେ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି। ଫଳରେ ଏ ଅଞ୍ଚଳର ଲକ୍ଷ ଲକ୍ଷ ଗରିବ ହୀତାଧିକାରୀ ଉକ୍ତ ଯୋଜନା ରୁ ବଞ୍ଚିତ ହେଉଛନ୍ତି। ଯଦ୍ୱାରା କି ସେମାନେ ପକ୍କା ଘର ଖଣ୍ଡିଏ ପାଇପାରୁ ନାହାନ୍ତି। କେନ୍ଦ୍ର ସରକାର ଉଦେଶ୍ୟ ମୂଳକ ଭାବେ ଉକ୍ତ ପୋର୍ଟାଲ କୁ ବନ୍ଦ କରିଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଓ ମନ୍ତ୍ରୀ ମାନେ ଅଭିଯୋଗ କରିଛନ୍ତି। ଅଗ୍ରଗାମୀ […]

ଜିଲ୍ଲା କ୍ରୀଡା ସଂସଦ ର ଆଜୀବନ ସଦସ୍ୟ ତଥା ବ୍ୟବସାୟୀ ରାଜ କୁମାର ଅଗ୍ରୱାଲ ଙ୍କ ପରଲୋକ

ବରଗଡ : ବରଗଡ ସହର ର ଲମ୍ବା ବିଲ୍ଡିଂ ରୋଡ ରେ ରହୁଥିବା ବ୍ୟବସାୟୀ ତଥା ଜିଲ୍ଲା କ୍ରୀଡା ସଂସଦ ର ଆଜୀବନ ସଦସ୍ୟ ରାଜ କୁମାର ଅଗ୍ରୱାଲ ଙ୍କ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣା ରେ ପରଲୋକ ହୋଇ ଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହେଉଥିଲା। ସେ ଆର୍.କେ. ଟ୍ରେଡର୍ସ ନାମରେ ଏକ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରି ବେଶ୍ ସଫଳତା ହାସଲ କରିଥିବା ବେଳେ ଗତକାଲି ନିଜର ଦୈନନ୍ଦିନ କାର୍ଯ୍ୟ […]

ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଯୋଜନା ଠିକ ଭାବେ କାର୍ଯ୍ୟକାରୀ କରିବାକୁ ଦାବୀ : ଆମ୍ ଆଦମୀ ପାର୍ଟି

ବରଗଡ଼: ୨୫/୮(ସତ୍ୟ ନାରାୟଣ ପ୍ରଧାନ)ପୌର ପରିଷଦ ଅଂଚଳରେ ଦିନ କୁ ଦିନ ବୁଲା କୁକୁର ଓ ଗାଈ ଗୋରୁ ଙ୍କ ସଂଖ୍ୟା ବଢିବାରେ ଲାଗିଛି ଯଦ୍ୱାରା ଟ୍ରାଫିକ ସମସ୍ୟା, ଦୁର୍ଘଟଣା, କୁକୁର କାମୁଡ଼ା ନିତିଦିନିଆ ଘଟଣା ପାଲଟିଛି । ସଂଖ୍ୟା ନିୟନ୍ତ୍ରଣ ପାଇଁ କୁକୁର ବନ୍ଧ୍ୟାକରଣ ଯୋଜନା କୁ ଠିକରେ କାର୍ଯ୍ୟକାରୀ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ବୁଧବାର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା ଙ୍କୁ ଆପ୍ ତରଫରୁ ଏକ ଦାବୀପତ୍ର […]

:ଆଜି ଠାରୁ ବୁଦ୍ଧିବାମନ ଓଷା ଆରମ୍ଭ

ଢେଙ୍କାନାଳ( ଉଲାପ୍ର)ଭାଦ୍ରବ ମାସର ଆଜିଠାରୁ ଆରମ୍ଭ ହୋଇଛି ବୁଦ୍ଧିବାମନ ଓଷା । ଏହି ମାସରେ 4 ଟି ବୁଧୁବାରରେ ଏହି ଓଷା ପାଳନ କରାଯିବ । ମହିଳା ମାନେ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି । ଶିଳ ସିଳୁପୁଆ କୁ ସ୍ନାନ କରାଯାଇ ,ହଳଦୀ କଉଡ଼ି ଗୁଆ ରେ ଠାକୁରଙ୍କୁ ସ୍ଥାପନ କରାଯାଇଥାଏ । ବିଭିନ୍ନ ପ୍ରକାରର ଫୁଲରେ ଠାକୁରଙ୍କୁ ପୂଜାକରାଯାଇ ଥାଏ । ବିଭିନ୍ନ ଫଳ ଓ ପୀଠମିଠା ଦେଇ ଠାକୁରଙ୍କୁ ଭକ୍ତିର ସହ […]

ସ୍ବାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୧୨୧ତମ ଜନ୍ମ ଜୟନ୍ତୀ”

ସ୍ବାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୧୨୧ତମ ଜନ୍ମ ଜୟନ୍ତୀ ସମାରୋହ ଆଜି ଜମ୍ବେଶ୍ବର ମନ୍ଦିର ନିକଟସ୍ଥ ରାଧାଦାମୋଦରପୁର ଠାରେ ଥିବା ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ସମାଧି ସ୍ଥଳରେ ପାଳିତ ହୋଇଯାଇଛି,କୋଭିଡ୍ ନିୟମ କୁ ସମ୍ମାନ ଦେଇ ସାମାଜିକ ଦୂରତା କୁ ମାନି ସ୍ମୃତି ସଂସଦ ର ଅଧ୍ୟକ୍ଷ ଶ୍ରୀ ସୁରେଶ ମିଶ୍ର ଅଧ୍ୟକ୍ଷତାରେ ଆଠଗଡ ପ୍ରଜାମଣ୍ଡଳର ଆନ୍ଦୋଳନର ସଂଗ୍ରାମୀ ମହାପୁରୁଷ ମାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦିପ ପ୍ରଜ୍ଜଳନ କରିଥିଲେ। […]

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

ବରଗଡ଼ ୨୨/୯(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ଜିଲ୍ଲା ର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଜିଲ୍ଲା ର ସଦର ମହକୁମା ଠାରେ ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଗୋଶାଳା ଛକଠାରେ ଥିବା କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନ ର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସେହିପରି […]

ଜାଗୃତି ମହିଳା ଶାଖା ର ସଭ୍ୟା ମାନେ ଟାଉନ ଥାନା ରେ ରକ୍ଷା ବନ୍ଧନ ଉତ୍ସବ ପାଳନ କଲେ

ବରଗଡ୨୩/୮(ସତ୍ୟ ନାରାୟଣ ପ୍ରଧାନ)ଜାଗୃତି ମହିଳା ଶାଖା ର ସଭ୍ୟା ମାନେ ବରଗଡ଼ ଟାଉନ ଥାନା ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବା ରାକ୍ଷୀ ପୂର୍ଣ୍ଣିମା ପାଳନ କରିଥିଲେ। କୋଭିଡ଼ କଟକଣା ସାମନ୍ୟ କୋହଳ ହେବା ପରେ ଏହି ଉତ୍ସବ ପାଇଁ ବରଗଡ଼ ସହର ଚଳଚଞ୍ଚଳ ହୋଇଥିଲା । ବରଗଡ଼ ମାରୱାଡି ଯୁବାମଞ୍ଚର ଜାଗୃତି (ମହିଳା)ଶାଖା ପକ୍ଷରୁ କରୋନା ଯୋଦ୍ଧା ପୋଲିସ ଅଧିକାରୀ (ଭାଇ)ମାନଙ୍କୁ ସଦସ୍ୟା ମାନେ ରାକ୍ଷୀ ବାନ୍ଧି ଏହି ଉତ୍ସବ ପାଳନ କରିଥିଲେ। ଏହି […]

ପୂର୍ବତନ ବିଧାୟକ ସୁବଳ ସାହୁ ଙ୍କ ଶ୍ରାଦ୍ଧୋତ୍ସବ

ବରଗଡ଼(ଉଲାପ୍ର)ପୂର୍ବତନ ବିଧାୟକ ସୁବଳ ସାହୁ ଙ୍କ ପୂଣ୍ୟ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଦିବଂଗତ ବିଧାୟକ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏଥିରେ ସମାଜ ଖବର କାଗଜର ପୂର୍ବତନ ସମ୍ପାଦକ ବାମାପଦ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କୁ ମିଷ୍ଟାନ୍ନ ଏବଂ ଅସହାୟ ଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ। ଏଥିରେ ବିଜେପୁର ବିଧାୟିକା ରୀତା ସାହୁ ଓ ଗଣ୍ୟମାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।ଏହି ଅବସରରେ କୃଷକ ପଲ୍ଲୀ ଠାରେ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୨୪ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଦ୍ଵିତୀୟା ଦିବା ଘ୦୪/୦୫ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର- ପୂର୍ବଭ।ଦ୍ର ରାତ୍ରି ଘ୦୮/୨୭ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭ।ଦ୍ରଚନ୍ଦ୍ର- କୁମ୍ଭ ଦିବା ଘ୦୨/୧୭ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ସୁକର୍ମାକରଣ – ଗରସୌରମାସ-ସିଂହ ୦୮ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୨୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୩୮*✧═════•❁❀*ଯୋଗିନୀ ଉତ୍ତରେ ଦିବା ଘ୦୪/୦୫ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୮ ଗତେ ଘ୦୮/୪୩ ମଧ୍ୟେବାରବେଳ।- […]