କନ୍ଧମାଳ କୁ ରେଳ.. ରେଳ ମନ୍ତ୍ରୀ ଙ୍କୁ ଭେଟିଲେ ସାଂସଦ
.ଫୁଲବାଣୀ -7/8(ସୁନୀଲ ପଟନାୟକ )କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ୱିନ୍ ବୈଷ୍ଣବଙ୍କ ସହ ସାକ୍ଷାତ କରି ପୁଣିଥରେ ଦାବି ଉପସ୍ଥାପନ କରିଛନ୍ତି। ବୁଧବାର ଶ୍ରୀ ସାମନ୍ତ ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଏ ସମ୍ପର୍କିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ସାକ୍ଷାତକାର ପରେ କନ୍ଧମାଳକୁ ରେଳପଥ ନିର୍ମାଣ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ପ୍ରତିଶ୍ରୁତି ଦେଇଛନ୍ତି। […]