ମହିଳା କୃଷି ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ

ବରଗଡ:(ଉଲାପ୍ର)ନାବାର୍ଡ଼ ର ୪୦ତମ ପ୍ରତିଷ୍ଠା ଦିବସ କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ଭାରଚୁଆଲ ମୋଡ଼ ରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ୩୦ଗୋଟି ଜିଲ୍ଲାରୁ ଜଣେ ଲେଖାଏଁ ଅଗ୍ରଣୀ ଚାଷୀମାନଙ୍କୁ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ପୁରସ୍କୃତ କରିଥିଲେ । ବରଗଡ଼ ଜିଲ୍ଲାର ମହିଳା ଅଗ୍ରଣୀ ଚାଷୀ ସନ୍ଧ୍ୟା ରାଣୀ କୁମାରଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ବରଗଡ଼ ବ୍ଲକ ଅନ୍ତର୍ଗତ ପିପିଲି ପାଲି ଗ୍ରାମ ନିବାସୀ ସନ୍ଧ୍ୟା ରାଣୀ […]

ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଜେଡି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଲିଗୁଡା,.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଓ ଗୋଟିଏ ଏନଏସି ର ନୂତନ ଭାବେନିଯୁକ୍ତି ପାଇଥିବା ସଭାପତି ମାନଙ୍କୁ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ସଲୁଗା ପ୍ରଧାନ ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ନବ ନିର୍ବାଚିତ ସଭାପତି ରାଇକିଆ ବ୍ଲକ ବିଜୁ ଜନତା ଦଳର ସଭାପତି ରାଜ ମୋହନ ଦିଗଲ , ଟିକାବାଲି ବ୍ଲକ ସଭାପତି ରୋଦନ ମଳିକ, ଘୁ.ଉଦୟଗିରି ବ୍ଲକ […]

ବାଲିଗୁଡା : ସିମନବାଡ଼ିରେ ଜବର ଦଖଲ ଉଛେଦ ଆରମ୍ଭ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାର ନିକଟ ବନବିଭାଗ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ପ୍ରାଣୀଧନ ସହାୟକ କେନ୍ଦ୍ର ସାମ୍ନା ରାସ୍ତାକଡ଼ରେ ଥିବା ସମସ୍ତ ଦୋକାନ ଗୁଡିକ ସରକାରୀ ଜମିରେ ଥିବାରୁ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଜବର ଦଖଲ ଉଛେଦ କରିଥିବା ଦେଖିବାକୁ ମିଳିଛି। ଏହି ରାସ୍ତା କଡ଼ରେ କିଛି ବ୍ୟବସାୟୀ ନିଜର ବ୍ୟବସାୟ ନିମନ୍ତେ ଟିଣ ଘର କରି ବ୍ୟବସାୟ କରୁଥିଲେ। ହେଲେ ଉକ୍ତ ଜମିଟି […]

ଜନତା ଦଳର ପୂର୍ବତନ ସଭାପତି ସଦାଶିବ ପାତ୍ରଙ୍କ ଏକାଦଶାହ ପାଳନରେ ଶୋକସଭା

ବାଲିଗୁଡା,୨୦/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଜନତା ଦଳର ପୂର୍ବତନ ନିର୍ବାଚନ ମଣ୍ଡଳୀ ସଭାପତି ସ୍ବର୍ଗତଃ ସଦାଶିବ ପାତ୍ରଙ୍କ ଏକାଦଶାହ ପାଳନ ଅବସରରେ ଏକ ଶୋକସଭା ବାଲିଗୁଡା ନୂଆସାହି ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତଃ ପାତ୍ର ଏହି ଉତ୍ସବରେ କନ୍ଧମାଳର ବରିଷ୍ଠ ଭାଜପା ନେତା କମଳାକାନ୍ତ ପାଣ୍ଡେ , ବ୍ଲକ ବିଜେଡି ସଭାପତି ଟୁନା ଦାସ, ସମାଜସେବୀ ଦିଗାମ୍ବର ପାଣିଗ୍ରାହୀ,ବରିଷ୍ଠ କଂଗ୍ରେସ କର୍ମୀ ଶିବରାମ ପ୍ରଧାନୀଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ବିଶିଷ୍ଟ ବ୍ୟକ୍ତି […]

ଜନବିକାଶ ତରଫରୁ କୁଇ ଭାଷାରେ କରୋନା ସଚେତନତା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ

ବାଲିଗୁଡା,୨୦/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜନବିକାଶ ତରଫରୁ କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ରହିଥିବା ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚି ଆଞ୍ଚଳିକ ଭାଷାରେ କରୋନା ସଚେତନତା କରିବା ସହିତ ମାକ୍ସ ଓ ସାବୁନ ପ୍ରଦାନ କରି ଥିବା ଜଣାପଡିଛି। ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ତ ସାରାଗୁଡି, ଗବେରକୁଟି, ପାଡିକିଆ, ରାଜନଗଡ଼, ମୁଣ୍ଡାପଦର ସମେତ କନ୍ଧମାଳ-ଗଜପତି ଜିଲ୍ଲା ସୀମାନ୍ତ ବର୍ତ୍ତି ମୋହନା ବ୍ଲକ ଅଧିନସ୍ତ ପାଣିଗଣ୍ଡା ଓ କଟାମା […]

ଦାରିଙ୍ଗବାଡ଼ି ବିଜେପି ମଣ୍ଡଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବାଲିଗୁଡା,୨୦/୭.(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାରେ ଘନଘନ ବିଦ୍ୟୁତ କାଟ ବନ୍ଦ କରିବା ସହିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଏହାର ପ୍ରତିକାର ଦାବିରେ ରାଜ୍ୟ ବିଜେପିର ଆହ୍ୱାନ ରେ ଦାରିଙ୍ଗବାଡ଼ି ବିଜେପି ମଣ୍ଡଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ମଣ୍ଡଳ ବିଜେପି ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ବରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଟିକିଏ ବର୍ଷା ହେଲେ ବିଦ୍ୟୁତ କଟିବା, […]

ମାଫିଆଙ୍କ କବଳରୁ ଶହ ଶହ ଏକର ଜମି ମୁକ୍ତ କଲେ ତହସିଲଦାର

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ) ପ୍ରଶାସନିକ ଦୁର୍ବଳତା, ହୁଗୁଳା ଶାସନ, ଖାମଖିଆଲି କାରବାର ଯୋଗୁଁ କିଛି ଜମି ମାଫିଆ,କୁଜିନେତା, ବ୍ୟବସାୟୀମାନେ ବାଲିଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଏକ ର ଏକ ର ସରକାରି ଜମି ମାଡି ବସି ଘର କରିବା ସହ ଅନ୍ୟକୁ ବିକ୍ରିକରି ମଧ୍ୟ ମାଲାମାଲ ହେଉଥିଲେ। ହେଲେ ଏନେଇ ଅଭିଯୋଗ ହେଉଥିଲେ ବି ପୁର୍ବରୁ ଦାୟିତ୍ଵରେ ଥିବା ଅଧିକାରୀମାନେ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରୁ ନ ଥିଲେ ତେବେ ବର୍ତ୍ତମାନ ର ତହସିଲଦାରଶଶାଙ୍କ ଶେଖର […]

ପିଏଜି ର ପ୍ରତିଷ୍ଠାତା ସଭ୍ୟ ପାଉଲ ପ୍ରଧାନଙ୍କୁ ଶ୍ରଦ୍ଧାଞଳୀ

ଫୁଲବାଣୀ -(ସୁନୀଲ ପଟନାୟକ )ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜିର ପ୍ରତିଷ୍ଠାତା ସଭ୍ୟ ସ୍ୱର୍ଗତ ପାଉଲ ପ୍ରଧାନଙ୍କର ଜୁଲାଇ ୧୦ତାରିଖରେ ଦେହାନ୍ତ ହୋଇଥିବାରୁ ପାବୁରିଆ ସ୍ଥିତ ନୀପୀ ଡିତ କାର୍ଯାଳୟ ଠାରେ ଅମର ଆତ୍ମାର ସଦଗତି ପାଇଁ ଏକ ଶ୍ରଦ୍ଧାଞଳୀ ସଭା ଅନୁଷ୍ଠିତ ହୋଇଥିଲା ।ଆବାହକ ଅଶୋକ ପରିଡା ସଭ୍ୟମାନଙ୍କୁ ସ୍ୱାଗତ ଜଣାଇ ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଫଟୋ ଚିତ୍ରରେ ସମସ୍ତେ ପୁଷ୍ପାଞ୍ଜଳି ଦେଇଥିଲେ।ସେ ଜଣେସଚୋଟ ତଥା ନିଷ୍ଠାପର ସମାଜସେବୀ ଥିଲେ।ଏଥି ସହ […]

ବିବାହୀ ତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଗିରଫ

ଫୁଲବାଣୀ- (ସୁନୀଲ ପଟନାୟକ) ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ କନ୍ଧମାଳ ଜିଲା ଟିକାବାଲି ପୋଲିସ ସ୍ୱାମୀକୁ ବାନ୍ଧି କୋର୍ଟ ଚାଲାଣ କରିଛି ।ଏଭଳି ଘଟଣା ଘଟିଛି ଟିକା ବାଲି ଥାନା ଅନ୍ତର୍ଗତ ଛତି ଝର ଗ୍ରାମରେ ।ଟିକାବାଲି ଛତି ଝର ଗ୍ରାମର ରୋହିତ ଦେହୁରୀଙ୍କ ଝିଅ ସରିତା ଦେହୁରି ଙ୍କୁ ସାରଙ୍ଗଡ଼ ଥାନ।ଗୁଟିଙ୍ଗିଆ ଅଞ୍ଚଳର ଶ୍ରୀକାନ୍ତ ବୁର୍ଗୀଙ୍କ ପୁଅ ମିଲନ ବିବାହ କରିଥିଲା। ତେବେ ବିବାହ ପର ଠୁ ମିଲନ ସରୀତାକୁ ଗାଳି ଗୁଲଜ […]

ଛାତ୍ର ବୃତ୍ତି ଟଙ୍କାରେ ନିଜ ଗ୍ରାମର ପିଲାଙ୍କୁ ପାଠ ପଢାଇ ଆସୁଛନ୍ତି ରାଜେଶ

ଫୁଲବାଣୀ -(ସୁନୀଲ ପଟନାୟକ )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁଉଦୟଗିରି ବ୍ଳକ୍ ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ ବର୍ତ୍ତମାନ ଓଡ଼ିଶାର ଐତିହ୍ୟ ସମ୍ପର୍ଣ୍ଣ ରେଭେନ୍ସା ବିଶ୍ୱବିଦ୍ୟାଳୟ ର ଇତିହାସ ବିଭାଗରେ ଏମ୍.ଫିଲ୍ ପାଠ୍ୟକ୍ରମ ଉପରେ ଗବେଷଣା କରୁଛନ୍ତି, କରୋନା ମହାମାରୀ ର ଦ୍ୱିତୀୟ ଲହରୀ ଦୃଷ୍ଟିକୋଣରୁ ବର୍ତ୍ତମାନ ସେ ନିଜ ଗାଁକୁ ଚାଲି ଆସିଛନ୍ତି, ପରବର୍ତ୍ତୀ ସମୟରେ ସେ ଗାଁରେ ରହିବା ସମୟରେ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଦେଶରେ […]