ବାଲିଗୁଡା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,୧୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଅଭିନବ ଉପାୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମେ ପୋଲିସ୍ କର୍ମଚାରୀ ମାନେ ହାତରେ ସଚେତନତା ପ୍ଲା କାର୍ଡ ଧରି ଥାନା ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ସଚେତନତା ରାଲି କରିଥିଲେ l ଏହାପରେ ବସଷ୍ଟାଣ୍ଡ ଦେଇ ଯାତାୟତ କରୁଥିବା ଲୋକମାନଙ୍କୁ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇଥିଲେ । ଏଥିସହିତ ହେଲମେଟ ନ ପିନ୍ଧି […]

ବାଇକ ଦୁର୍ଘଟଣା :ଜଣେ ମୃତ୍ୟୁ :ଜଣେ ଗୁରୁତର

ବାଲିଗୁଡା,୧୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାର ଦାସିଙ୍ଗବାଡ଼ି ଗ୍ରାମ ନିକଟ ମିଡିୟୁବାନ୍ଦା ବୁଲାଣିରେ ବାଇକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ରେ ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।ତାଜୁଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିକରମାହା ଗ୍ରାମର ରାଜକିଶୋର ପ୍ରଧାନ , ପୁଅ ଲାଲୁ ପ୍ରଧାନ ଓ ସମ୍ପର୍କୀୟ ବିଶ୍ୱ ମଲିକ ଏକ ବାଇକରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ […]

ଟିମ ହ୍ୟୁମାନୀଟି ର ସହାୟତା ରେ ସୁସ୍ଥ ହେଲେ ସୋନାଲି

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ନୁଆପଦର ପଞ୍ଚାୟତ ଅନ୍ତର୍ଗତ ବରପଡା ଗ୍ରାମର ସୋନାଲି ସାହାଣୀ ଏବେ ସୁସ୍ଥ। ଟିମ ହ୍ୟୁମାନିଟିର ସହାୟତାରେ ସେ ଏବେନୂଆ ଜୀବନ ଫେରିପାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦୀର୍ଘ ଦିନ ତଳେ କୈାଣସି କାରଣ ବଶତଃ ଦେହର ଜଙ୍ଘ ଅଂଶ ଗଭୀର ଭାବରେ ପୋଡ଼ି ଯାଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଫୁଲବାଣୀ ଏବଂ ପରେ ପରେ ବ୍ରହ୍ମପୁର ଯାଇ ଚିକିତ୍ସା କରାଇଥିଲେ। ଡାକ୍ତର ପ୍ଲାଷ୍ଟିକ […]

କନ୍ଧମାଳ ଜିଲା ର ମନରେଗା ଶ୍ରମିକଙ୍କୁ ୨୦କୋଟିର କୋଭିଡ଼ ସହାୟତା

ଫୁଲ ବାଣୀ- (ସୁନୀଲ ପଟନାୟକ),କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ମନରେଗା ଶ୍ର ମିକ ମାନଙ୍କୁ କୋଭିଡ଼ ସହାୟତା ମିଳିବ। ଏହି ଯୋଜନାରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର କୋଭିଡ଼ ସହାୟତା ଘୋଷଣା କରିଛନ୍ତି ।ପ୍ରତି ଶ୍ରମିକ ଦୈନିକ ମହୁରୀ ୨୧୫ ଟଙ୍କା ସହିତ ଅତିରିକ୍ତ ୫୦ ଟଙ୍କା ସହାୟତା ରାଶି ପାଇବେ ।ରାଜ୍ୟ ସରକାର ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲା ପାଇଁ ୨୦ କୋଟି ୧୦ଲକ୍ଷ ୯୩ହଜାର ୮୦୦ ଟଙ୍କା କୋଭିଡ ସହାୟତା ରାଶି ପ୍ରଦାନ କରିଛନ୍ତି […]

ଗଞ୍ଜେଇ ସହ ଅଟୋ ଜବତ, ୨ ଗିରଫ

ଫୁଲବାଣୀ-(ସୁନୀଲପଟନାୟକ)ବୁଧବାର ଫିରିଙ୍ଗିଆ ପୋଲିସ କେକେରିଙ୍ଗିଆ ଗ୍ରାମରୁ ଗଞ୍ଜେଇ ସହ ଅଟେ । ଜବତ କରିଛି ଓ ଏ ସଂପର୍କରେ ୨ ଜଣଙ୍କୁ ଗିରଫ କରିଛି ।ଅଟେ । ରୁ ୨୭ କେଜି ୩୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ କରିଛି ।ଗିରଫ ଅଭିଯୁକ୍ତ ୨ ଜଣ ହେଲେ ବ୍ରଜନା ଏକ ଓ ପ୍ରଶାନ୍ତ ସାହାଣୀ।ଫିରିଙ୍ଗିଆ ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି ।ଫିରିଙ୍ଗିଆ ଥାନା […]

ବିଜେଡି ମହିଳା ସଂଗଠନକୁ ସୁଦୃଢ କରିବାପାଇଁ ବିଧାୟକଙ୍କ ପରାମର୍ଶ

ଫୁଲବାଣୀ-( ସୁନୀଲ ପଟ୍ଟନାୟକ) ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ।ହାତରେ ଖୁବ୍ କମ ସମୟ ରହିଛି। ନବୀନ ସରକାର ମଧ୍ୟ୫୦ପ୍ରତିଶତ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଏଣୁ ବିଜୁ ଜନତା ଦଳ ଯେପରି ଆଗାମୀ ପୌର ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଏବେଠାରୁ ଦୃଷ୍ଟିଦେବା ସହ ମହିଳା ସଂଗଠନକୁ ସୁଦୃଢ଼ କରିବା ସହ ଦଳରେ ଅଧିକରୁ ଅଧିକ ମହିଳା ସାମିଲ କରିବାକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକଚକ୍ରମଣିକହଁର, […]

ସୋହେଲା ବ୍ଲକ ଠାରେ ଇ ଶକ୍ତି ପ୍ରକଳ୍ପ ର ବୈଠକ ଅନୁଷ୍ଠିତ

ବରଗଡ଼ (ଉଲାପ୍ର)ବରଗଡ଼ ଜ଼ିଲ୍ଲା ସୋହେଲା ବ୍ଲକର କନଫରେନ୍ସ ହଲ ଠାରେ ନାବାର୍ଡ ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ଓ ମହାଶକ୍ତି ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଇ ଶକ୍ତି ପ୍ରକଳ୍ପ ର ମାସିକିଆ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ପଂଚାୟତ ସ୍ତରରେ କାମ କରୁଥିବା ଆନିମେଟର ମାନେ ଯୋଗଦାନ କରିଥିଲେ l ବର୍ତମାନ ସମୟରେ ସ୍ୱୟଂ ସହାୟକ ଗୋଷ୍ଠୀ କୁ କିପରି ମଜଭୂତ କରାଯିବ ସେ ବିଷୟରେ ଆଲୋଚନା […]

ବରଗଡ଼ ରେ ବିଜେଡି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼(ଉଲାପ୍ର)ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ ରେ କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ତତ୍ବାବଧାନ ରେ ଆଜି ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରସର ରେ ବିଜୁ ମହିଳା ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିର ରେ କେବଳ […]

ନୂତନ ଏସପି କାର୍ଯ୍ୟ ରେ ଯୋଗଦେଲେ

ବରଗଡ଼:- ବରଗଡ଼ ଜିଲ୍ଲା ର ନୂତନ ଏସପି ଭାବେ ରାହୁଲ ଜୈନ ଆଇପିଏସ୍ ଆଜି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ସେ ବିଦାୟୀ ଏସପି ପଦ୍ମିନୀ ସାହୁ ଆଇପିଏସଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀ ଜୈନ ନୂଆପଡ଼ା ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ଥିଲେ। ଦାୟିତ୍ଵ ଗ୍ରହଣ ପରେ ଜିଲ୍ଲା ର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଥିଲେ।

ଘରୋଇ ବସଷ୍ଟାଣ୍ଡ କାର୍ଯ୍ୟ କ୍ଷମ ହେବ କେବେ ?

ବରଗଡ଼,୧୩।୭ – ଯାତ୍ରୀବାହୀ ବସ୍‌ ରହଣୀ ଏବଂ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବରଗଡ଼-ଭେଡ଼େନ କେନାଲ ରାସ୍ତା ପାର୍ଶ୍ୱରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ଏହା ୨୦୧୮ ନଭେମ୍ବର ୨୫ରେ ଉଦଘାଟିତ ହୋଇଛି। ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଯାଇ ଥିଲେ ସୁଦ୍ଧା ଉକ୍ତ ବସଷ୍ଟାଣ୍ଡକୁ ବସ୍‌ ଗଡ଼ିନାହିଁ। ନିର୍ମାଣରେ ତ୍ରୁଟି ରହିଥିବା ଅଭିଯୋଗ କରି ଘରୋଇ ବସ୍‌ ମାଲିକ ସଂଘ ନୂତନ ବସ୍‌ଷ୍ଟାଣ୍ଡକୁ ବିରୋଧ କରି ପୁରୁଣା ବସ୍‌ଷ୍ଟାଣ୍ଡକୁ ବ୍ୟବହାର କରିଆସୁଛି।ବରଗଡ଼ ଘରୋଇ ବସ୍‌ଷ୍ଟାଣ୍ଡରୁ ପ୍ରତିଦିନ ପ୍ରାୟ […]