ସୁପ୍ରିିମ କୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା : କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ଦେଇ ପାରିବେ ନାହିଁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ

କରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୂରଣଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଉତ୍ତର ରଖା ଯାଇଛି । କେନ୍ଦ୍ର ସରକାର ସୁପ୍ରିମ କୋର୍ଟକୁ କହିଛନ୍ତି କି କରୋନା ସଂକ୍ରମଣରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଇ ପାରିବ ନାହିଁ । କେନ୍ଦ୍ର ସରକାର କହିଛନ୍ତି କି ପ୍ରାକୃତିକ ବିପର୍ଯୟ ଆଇନ ମୁତାକବ କେବଳ ଭୂକମ୍ପ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟରେ […]

୨ରୁ ଅଧିକ ସନ୍ତାନ ଥିଲେ ଆଉ ମିଳିବନି ସରକାରୀ ସୁବିଧା: ଆସାମ ମୁଖ୍ୟମନ୍ତ୍ରୀ

ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି। କେନ୍ଦ୍ରର ପ୍ରସ୍ତାବିତ ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା ଅନ୍ତର୍ଗତ ଧୀରେଧୀରେ ରାଜ୍ୟ ସରକାର ଏନେଇ ୨ ସନ୍ତାନ ଆଇନ ପ୍ରଣୟନ କରିବାର ଯୋଜନା କରୁଥିବା ସେ କହିଛନ୍ତି। ଏଭଳି ହେଲେ ୨ରୁ ଅଧିକ ସନ୍ତାନଙ୍କ ମାତାପିତାଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରାଯିବ। କେନ୍ଦ୍ରର ସରକାରଙ୍କ ଏଭଳି କେତେକ ଯୋଜନା ରହିଛି […]

ଡାକ୍ତରଙ୍କୁ ଆକ୍ରମଣ ହେଲେ ମାମଲା ରୁଜୁ କର,ଚେତାଵନୀ ଦେଲେ କେନ୍ଦ୍ର ସରକାର

ଡାକ୍ତର ଏବଂ ସ୍ବାସ୍ଥ୍ୟସେବା ପେସାଦାରଙ୍କୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମହାମାରୀ ରୋଗ (ସଂଶୋଧନ) ଆଇନ, ୨୦୨୦ ବଳରେ ମାମଲା ରୁଜୁ କରିବାକୁ କେନ୍ଦ୍ର ସରକାର ଶନିବାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀ ବେଳେ ଦେଶର ବିଭିନ୍ନ ଭାଗରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବା ଖବର ପ୍ରକାଶ ପାଇବା ପରେ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି। ଡାକ୍ତର ଓ ସ୍ବାସ୍ଥ୍ୟସେବା […]

ଆଇଟି ନିୟମ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କୁ ଜାତିସଂଘର ଶକ୍ତ ଝଟକା

ନୂଆ ଆଇଟି ନିୟମ ଆଣି ଟୁଇଟର ଓ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ର ସରକାରଙ୍କୁ ଶନିବାର ଜାତିସଂଘରୁ ଶକ୍ତ ଝଟକା ଲାଗିଛି। ଭାରତର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ରୁଲ୍ସ, ୨୦୨୧ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ନିୟମର ଅନୁକୂଳ ନୁହେଁ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମ ଏବଂ ଡିଜିଟାଲ ମିଡିଆ ଓ୍ବେବ୍‌ସାଇଟ୍‌ଗୁଡ଼ିକ ପାଇଁ ଜାରି କରାଯାଇଥିବା […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୨୦ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ଦଶମୀ ଦିବା ଘ ୦୪/୪୦ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀନକ୍ଷତ୍ର- ଚିତ୍ରା ରାତ୍ରି ଘ ୦୭/୩୯ ପର୍ଯ୍ୟନ୍ତ ତଦନ୍ତେ ସ୍ଵ।ତିଚନ୍ଦ୍ର-କନ୍ୟା ଦିବା ଘ ୦୮/୩୬ ପର୍ଯ୍ୟନ୍ତ ତଦନ୍ତେ ତୁଳାଯୋଗ- ପରିଘକରଣ-ତୈତି ଳସୌରମାସ-ମିଥୁନ ୦୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୪୨ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୯✧═════•❁❀❁•═════✧ଯୋଗିନୀ ଉତ୍ତରେ ଦିବା ଘ ୦୪/୪୦ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେବୃଷ ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା […]

ଫୁଲବାଣୀରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ

ଫୁଲବାଣୀ(ଉଲାପ୍ର)ରାହୁଲ ଗାନ୍ଧୀ ଙ୍କ୫୧ତମ ଜନ୍ମ ଦିନ ପାଳିତ, ଫୁଲବାଣୀ,-ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ଅଖିଳ ଭାରତୀୟ କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଙ୍କ୫୧ତମ ଜନ୍ମ ଦିନ କନ୍ଧମାଳ ଜ଼ୀଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅନାମ ନାୟକ ଙ୍କ ନେତୃତ୍ୱରେ ପାଳନ କରାଯାଇଛି, ଏହି ଅବସରରେ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସା ଲୟ ରେ ଥିବା କୋବିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ଥିବା ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ, […]

କନ୍ଧମାଳ ଛାତ୍ର କଂଗ୍ରେସ ତରଫରୁ ରାହୁଲ୍ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ପାଳନ

କନ୍ଧମାଳ,୧୯/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀଜୀ ଙ୍କ ୫୧ ତମ ଜନ୍ମଦିନ କୁ କରୋନା ସଚେତନତା ଦିବସ ଓ ସହାୟତା ଦିବସ ଭାବରେ ପାଳନ କରାଯାଇଛି l କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଫୁଲବାଣୀ ସଦର ମହକୁମା ଠାରେ ଅସହାୟ ବୃଦ୍ଧ ବୃଦ୍ଧା ଏବଂ ଦିନ ମଜୁରିଆ ମାନଙ୍କ ଘର ଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ ସହ […]

କଳ୍ପତରୁ ଫାଉଣ୍ଡେସନ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଶାଳା( ଉଲାପ୍ର) କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନ ତରଫରୁ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଙ୍କ ନିର୍ଦ୍ଦେଶକ୍ରମେ ଧର୍ମଶାଳା 13ନଂ ଜୋନ ଜିଲ୍ଲା ପରିଷଦ ନିରଞ୍ଜନ ରାଉତ ଙ୍କ ତତ୍ୱବାଧାନରେ ଧର୍ମଶାଳା ପୂର୍ବତନ ବିଜୁ ଯୁବ ଜନତା ଦଳର ସଭାପତି ପ୍ରସନ୍ନ କୁମାର ରାଉତ ଙ୍କ ନେତୃତ୍ୱରେ ଜାରକା ଗ୍ରାମପଞ୍ଚାୟତର ଟିକରପଡା ଗ୍ରାମରେ ଶୁଖିଲା ଖାଦ୍ୟ, ଛତା ଓ ମାସ୍କ ବଣ୍ଟନ ସହ ସାନିଟାଇଜର ମାରି କରୋନା ର ଦିତ୍ତୀୟ ଲହର ସହ କିପରି ମୁକାବିଲା କରାଯିବ […]

ପାହାଡ ଚଢିଲେ ଉତ୍ତା ବାଣ୍ଟିଲେ ବ୍ଲକ ଅଧିକାରୀ

ଫୁଲ ବାଣୀ- (ସୁନୀଲ ପଟନାୟକ)କରୋନା ମହାମାରି କୁ ବ୍ରେକ୍ ଲଗାଇବା ପାଇଁ ସରକାର ଲକଡ଼ାଉନ ଘୋଷଣା କରିଛନ୍ତି। ଫଳରେ ଗାଡି ମଟର ସବୁ ବନ୍ଦ ରହିଛି।ଫଳରେ ଲୋକେ କୌଣସି ଜରୁରୀକାର୍ଯ୍ୟରେ ମଧ୍ୟ ବ୍ଲକକୁଆସିପାରୁନାହାଁନ୍ତି। ଫଳରେ ସରକାର ମଧ୍ୟ ରାଜସ୍ୱ ଓ ବ୍ଳକ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମକୁ ଯାଇ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏଭଳି ପରିସ୍ଥିତିରେ ଶୁକ୍ରବାର ରାଇକିଆ ବ୍ଲକ୍ ବିଡିଓ ପ୍ରବୀଣ କୁମାରବାଣୁଆ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକ।ରି ମାନେ ମିଶି […]