‘ସେଭ୍ ଦି ଚିଲଡ୍ରେନ୍’ ତରଫରୁ ୫ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ
କନ୍ଧମାଳ,୨୬/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଏହି ମହାମାରୀ ସମୟରେ କରୋନା ତଥା ଅନ୍ୟାନ୍ୟ ରୋଗରେ ପୀଡିତ ରୋଗୀମାନଙ୍କ ନିମନ୍ତେ ଅମ୍ଲଜାନର ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ଡାକ୍ତରଖାନା ମାନଙ୍କରେ ଅମ୍ଲଜାନ ଗ୍ୟାସର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଅମ୍ଳଜାନ ଗ୍ୟାସର ଅଭାବରେ ଅନେକ ଜୀବନ ଅକାଳରେ ଚାଲିଯାଉଥିବାର ମଧ୍ୟ ନଜର ରହିଛି। ଏହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ଅନୁଷ୍ଠାନ ‘ସେଭ୍ ଦି ଚିଲଡ୍ରେନ୍’ […]