ମନରେଗାରେ ହୋଇଥିବା ଆମ୍ବ ଲିଚୁଚାଷ ବିଫଳ,ଲକ୍ଷାଧିକ ଟଙ୍କା ପାଣିରେ ପଡିଲା, ତଦନ୍ତ ଦାବୀ
ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)ଗ୍ରାମାଞ୍ଚଳ ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରିବାପାଇଁ ସରକାର ମନରେଗା ଯୋଜନାରେ ଉନ୍ନତ କିସମ ଫଳ ବଗିଚା କରିବାପାଇଁ ଅନୁବାନ ଯୋଗାଇ ଦେଉଛନ୍ତି ।ଫଳରେ ଫଳ ବିକ୍ରିକରି ହିତାଧିକାରୀମାନେ ବେଶ ଦୁଇପଇସା ରୋଜଗାର କରିବେ । ହେଲେ ବିଭାଗୀୟ କର୍ମଚାରି ମାନଙ୍କ ଅବହେଳା,ଦୁର୍ନିତି ପୂର୍ଣ୍ଣ ମନୋଭାବ ଯୋଗୁଁ ଫଳ ଚାଷ ଯୋଜନା ଜିଲ୍ଲାରେ ଏତଟା ସଫଳତା ହାସଲ ହୋଇପାରୁନଥିବା ଦେଖାଯାଉଛି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଚକାପାଦ ପଞ୍ଚାୟତର […]