ଫିରିଙ୍ଗିଆ ପୋଲିସ ଦ୍ୱାରା ବିପୁଳ ପରିମାଣର ଗ6ଜଂ ଜବତ, ୨ ଗିରଫ

ଫୁଲ ବାଣୀ- (ସୁନୀଲ ପଟନାୟକ) କୌଣସି ସୁତ୍ରରୁ ଖବର ପାଇ ଶୁକ୍ରବାର କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ପୋଲିସ ଫିରିଙ୍ଗିଆ ଅଞ୍ଚଳରେ ସଦଳବଳେଚଢ।ଉକରି ୩କ୍ଵିଣ୍ଟାଲ ୨୦କେଜି ଗ 6ଜଂ ଇ ଜବତ କରିବା ସହ ଚୋରାଚାଲାଣରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୋଲିସ ୫୯/୨୧ରେ ମାମଲା ରୁଜୁ କରିଥିବା କଥା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦର ରାଓ କହିଛନ୍ତି ।ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ […]

କନ୍ଧମାଳ — ଆଜି ଫୁଲବାଣୀରୁ ୧୨ ଓ ଜିଲ୍ଲାରେ ୧୦୨ନୁତନ କରୋନାପଜିଟିଭ ଚିହ୍ନଟ

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ସଂଖ୍ଯା ଆଜି ପୁଣି ବୃଦ୍ଧି ପାଇ ୧୦୨ରେ ପହଞ୍ଚିଛି । ଶୁକ୍ରବାର ଜିଲ୍ଲାରେ ୧୦୨ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୨ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୮ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଫୁଲ ବାଣୀ ସାହି ଓ ମାଷ୍ଟ୍ରପଡ଼ାରୁ ଦୁଇ ଜଣ ଲେଖାଏଁ କରେ । […]

ଦ୍ବିତୀୟ ବିଶ୍ବଯୁଦ୍ଧରେ ଭାଗ ନେଇଥିବା ସିପାହୀଙ୍କ ଧର୍ମପତ୍ନୀଙ୍କୁ ମିଳୁନି ପାରିବାରିକ ଭତ୍ତା

ବାଲିଗୁଡା,୧୩/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ସୀମାନ୍ତକୁ ଯବାନମାନେ ଅହରହ ସୁରକ୍ଷା ଦେଉଥିବା ବେଳେ ଆମେ ନିଜ ଘରେ ସୁରକ୍ଷିତ ରହିପାରୁଛୁ। କିନ୍ତୁ ଅତ୍ୟନ୍ତ କ୍ଷୋଭର ବିଷୟ ଜଣେ ଅବସରପ୍ରାପ୍ତ ଯବାନଙ୍କ ଧର୍ମପତ୍ନୀ (୯୦)ଙ୍କୁ ପାରିବାରିକ ଭତ୍ତା ମିଳୁ ନ ଥିବାର ବାସ୍ତବ ଚିତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତର ଦୁଗୁଡିପାରି ଗ୍ରାମରେ ଦେଖିବାକୁ ମିଳିଛି।ବିବରଣୀରୁ ପ୍ରକାଶ ଯେ, ୧୯୩୧ ମସିହାରେ ବଡି ପ୍ରଧାନ ସିପାହୀ ଭାବେ ଭାରତୀୟ ସେନାରେ ଯୋଗଦେଇ […]

ନାରାୟଣୀ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଶୋକସଭା

କନ୍ଧମାଳ,୧୩/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ହାଟପଦା ସ୍ଥିତ ଶ୍ରୀ ଶ୍ରୀ ମା ନାରାୟଣୀ ଯାତ୍ରା ପରିଚାଳନା କମିଟି ସଭାଗୃହରେ କୋଭିଡ଼୍‍ ନିୟମ ପ୍ରକାରେ ପରିଚାଳନା କମିଟିର ସଭାପତି ଅଶୋକ ପଟ୍ଟନାୟକଙ୍କ ପୌରହିତ୍ୟରେ ପୁର୍ବତନ ସାଂସଦ ତଥା ଯାତ୍ରା ପରିଚାଳନା କମିଟିର ବରିଷ୍ଠ ଉପଦେଷ୍ଟା ସ୍ୱର୍ଗତ ସୁଗ୍ରୀବ ସିଂପାଇଁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଗ ଦେଇଥିବା କର୍ମକର୍ତ୍ତାମାନେ ସ୍ୱର୍ଗତ ସୁଗ୍ରିବ ସିଂଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରବା ସହିତ ତାଙ୍କର ଅମର ଆତ୍ମାର […]

କରୋନା ଛଡାଇ ନେଲା ଇଦର ଖୁସି:ନିଜ ନିଜ ଘରେ କଲେ ନମାଜ ପାଠ

କନ୍ଧମାଳ,୧୪/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ବର୍ଷ ପ୍ରଥମ ଥର ପାଇଁ ମସଜିଦ ପରିସରରେ ଶୁଭିଲାନି ଇଦ୍ ମୁବାରକ ଗୁଞ୍ଜରଣ ।ପରସ୍ପରକୁ ଆଲିଙ୍ଗନ କରି ଇଦ୍ ଶୁଭେଚ୍ଛା କିଏ କାହାକୁ ଜଣେଇ ପାରିଲେନି । ଏହି ଇଦ ରେ ମସଜିଦ କିମ୍ବା ମୁସଲମାନ ବସ୍ତିରେ ମୁସଲମାନ ଭାଇ ମାନଙ୍କ ଭିଡରେ ଚଳଚଞ୍ଚଳ ହେଉଥିବାର ଦେଖିବାକୁ ମିଳିଲା ନାହିଁ କିମ୍ବା ମସଜିଦ ସମ୍ମୁଖରେ ଗରିବ, ଅସହାୟ ,ଦୁଃଖୀ ରଙ୍କିଙ୍କ ଲମ୍ବା ଲାଇନ ବି ଲାଗିଲାନି । ମହାମାରୀ କରୋନା କଟକଣା […]

କନ୍ଧମାଳ:ସଙ୍ଗୋରୋଧରେ ଥିବା ବ୍ୟକ୍ତିଙ୍କ ସହଯୋଗ ପାଇଁ ହାତ ବଢାଇଲା ଟିମ୍ ହ୍ୟୁମାନିଟ୍

କନ୍ଧମାଳ,୧୪/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି। ଦିନକୁ ଦିନ ସମଗ୍ର ଦେଶ ଓ ରାଜ୍ୟରେ ସ୍ଥିତି ସଙ୍ଗିନ୍ ହେଉଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ଛି। ଗତ ୨ ଦିନ ହେଲା କନ୍ଧମାଳ ଜିଲାର ଫୁଲବାଣୀ ବ୍ଳକ ରେଡ଼୍ ଜୋନରେ ପହଞ୍ଚିଥିବା ବେଳେ ବ୍ଳକର ଫୁଲବାଣୀ ପୌର ପରିଷଦର ମଧ୍ୟ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମିତକୁ ଦୃଷ୍ଟିରେ ରଖି […]