ପଶ୍ଚିମବଙ୍ଗ ଗଲେ ବାଧ୍ୟତାମୂଳକ ନେଗେଟିଭ ରିପୋର୍ଟ

Covid19 ର ବ୍ୟାପକ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ RTPCR ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି | ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ୍ ଯାତ୍ରୀମାନଙ୍କୁ RTPCR ନେଗେଟିଭ୍ ରିପୋର୍ଟ ଥିବା ଆବଶ୍ୟକ | ଏହି ରିପୋର୍ଟ ମୂଳ ଷ୍ଟେସନରୁ ଟ୍ରେନ୍ ଛାଡିବାର 72 ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଥିବା ଦରକାର | ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ […]

କରୋନା ଚିକିତ୍ସାରେ ବ୍ୟବହାର ପାଇଁ ରସ୍ ରେଜେନରନ ଆଣ୍ଟବଡି କକଟେଲକୁ ଅନୁମତି

ରସ୍ ରେଜେନରନ ଦ୍ୱାରା ପ୍ରସ୍ତୁତି ଆଣ୍ଟିବଡି ଡ୍ରଗ୍ କକଟେଲକୁ ଭାରତରେ କରୋନା ଚିକିତ୍ସାରେ ଜରୁରୀକାଳୀନ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଦେଶ କରୋନାର ଦ୍ୱିତୀୟ ପ୍ରବାହରେ ଯୁଝି ହେଉଥିବା ବେଳେ ବୁଧବାର ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ୍ସ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ଅନୁମତି ଦେଇଛି । ୟୁଏସ୍ ରେଗୁଲେଟର୍ସ ଏବଂ ୟୁରୋପିଆନ୍ ରେଗୁଲେଟରୀ ପ୍ୟାନେଲର ବିଶେଷଜ୍ଞଙ୍କ ମତାମତ ଆଧାରରେ ଅନୁମତି ଦିଆଯାଇଛି । ଭାରତରେ କିପ୍ଲା ଏହି ଡ୍ରଗ ବିତରଣ କରିବ । ଆଣ୍ଟିବଡି କକଟେଲ୍ କାସିରିଭିମବ୍ […]

ନିଲମ୍ବିତ ହେଲେ ୨ ତହସିଲଦାର, ଲାଞ୍ଚ ନେଇ ଗିରଫ ହୋଇଥିଲେ

ଭୁବନେଶ୍ୱର(ଉଲାପ୍ର)ଲାଞ୍ଚୁଆ ଓଏଏସଙ୍କୁ ନିଲମ୍ବନ ଛାଟ । ଲାଞ୍ଚ ନେଇ ଗିରଫ ହୋଇଥିବା ୨ ଜଣ ତହସିଲଦାରଙ୍କୁ ଚାକିରିରୁ ନିଲମ୍ବନ କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । କଟକ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ବିଚିତ୍ରାନନ୍ଦ ବାରଙ୍ଗ ତହସିଲଦାର ଥିବା ବେଳେ ଗତ ଏପ୍ରିଲ୍ ୬ ତାରିଖରେ ଭିଜିଲାନ୍ସ ହାତରେ ଧରା ପଡ଼ି ଜେଲ୍ ଯାଇଥିଲେ । ଭିଜିଲାନ୍ସ ବିଚିତ୍ରାନନ୍ଦଙ୍କ […]

ଖବର ପ୍ରକାଶ ପରେ ପୁର୍ତ୍ତ ବିଭାଗର ରାତି ଅଧିଆ ମରାମତି

ଫୁଲବାଣୀ-( ସୁନୀଲ ପଟ୍ଟନାୟକ) ଖବର ପ୍ରକାଶ ପାଇବାପରେ ଶୋଇ ରହିଥିବା ପରେ ଫୁଲବାଣୀ ପୁର୍ତ୍ତ ବିଭାଗ ହଠାତ ଚେଇଁ ଉଠିଛି। ରାତି ଅଧିଆ ଉପର ଠାଉରିଆ ଭାବେ ତାଳିପକା କାମ କରି କର୍ତ୍ତବ୍ୟ ସାରିଦେଇଛି । ଗତକାଲି ବୁ ଧବାର ରାତିରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁ ଛକ ଡିଭାଇଡର କାର୍ଯ୍ୟ ଅଧାପନୁରିଆ ତଥା ଉପରଠାଉରିଆଭାବେ କେବଳ ପିଚୁମିଶ୍ରିତ ଗୁଡ଼ି ଗଣ୍ଡା ଏ ପକାଇ ତା ଉପରେ ରୋଲର ବୁଲାଇ କାମ ସାରି ଦେଇଥିବା ସକାଳୁ […]

ଆଜିର ରାଶିଫଳ

୬ ମଇ ୨୦୨୧ ମେଷ ରାଶିଆଜି ଆପଣ କଥା କହିବାରେ କଠୋରତା କାରଣରୁ କଳହର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ଲାଭ କରିବାରେ ଅସୁବିଧା ହେବନାହିଁ। ଆତ୍ମୀୟଙ୍କ ଆରୋଗ୍ୟ ପାଇଁ ଚିନ୍ତା ବଢ଼ିପାରେ। ଇଚ୍ଛା ବିରୁଦ୍ଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ। ବୃଷ ରାଶିଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଅଳ୍ପ ସମୟ ମଧ୍ୟରେ ସବୁ ଠିକ୍‌ ହୋଇଯିବ। ବାହାର ଲୋକଙ୍କଠାରୁ ଭୁଲ୍‌ ଖବର ପାଇ […]

ଅଙ୍ଗନ ବାଡ଼ି ଦିଦିଙ୍କ ଦାଦାଗିରି,ଅଣ୍ଡା,ଛତୁଆ ପାଇଁ ଆଶା କର୍ମୀ ଖାଇଲେ ମାଡ

ବଡମ୍ବା(ଉଲାପ୍ର)ବଡମ୍ବା ବ୍ଲକ ଇଚ୍ଛାପୁର ପଞ୍ଚାୟତ ରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି,ସେହି ଗ୍ରାମର ଅଙ୍ଗନବାଡି ଦିଦି ଙ୍କ ଦାଦାଗିରି ଯୋଗୁ ଆଶାକର୍ମୀ ମମତା ରାଣି ରଥ ଖାଇଛନ୍ତି ମାଡ଼,ଘଟଣା ଯାଇ ପହଁଚିଛି ବଡମ୍ବା ଥାନାରେ,ଘଟଣାରୁ ଜଣାପଡିଛି ଇଚ୍ଛାପୁର ଗ୍ରାମର ଆଶାକର୍ମୀ ମମତାରାଣୀ ରଥଙ୍କ ପୁଅର ଏକ ସନ୍ତାନ ଜନ୍ମ ହୋଇଥିବା ବେଳେ ଗତ କିଛିମାସ ହେଲା ଅଙ୍ଗନବାଡି ଦିଦି ସୁକାନ୍ତି ବେହେରା ଅଣ୍ଡା,ଛତୁଆ ଯୋଗାଇ ଆସୁଥିଲେ,ମାର୍ଚ୍ଚ ମାସର ଛତୁଆ ମମତାରାଣୀ ଙ୍କ ପୁଅକୁ ନମିଳିବାରୁ […]

ସ୍ୱାମୀର କଥାରେ ବିଶ୍ୱାସ କରି ସ୍ତ୍ରୀ କି ଲାଭ ପାଇଲା ? ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ସ୍ବାମୀ ଗିରଫ

ବାଲିଗୁଡା,୦୫/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ବାଡେନାଜୁ ଗ୍ରାମର ପ୍ରଭାସିନି ସାହୁ (୨୧)୨୦୧୮ ମସିହାରେ କଳିଙ୍ଗା ଡିଏଭି ଗ୍ରାମର କେଶବ ଚନ୍ଦ୍ର ସାହୁ(୨୮) ବର୍ଷଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ସଂସାର ସୁରୁଖୁରରେ ଚାଲିଲା ପରେ କେଶବ ମଦ ପିଇ ପ୍ରଭାସିନିକୁ ପିଟାପିଟି କରିବାରୁ ପ୍ରଭାସିନି ତାଙ୍କ ବାପ ଘରକୁ ଚାଲିଯାଇଥିଲେ। ଗତକାଲି କେଶବ ପ୍ରଭାସିନିଙ୍କ ଘରକୁ ଯାଇ ବୁଝାସୁଝି କରି ମଦ ପିଇବି ନାହିଁ କହିବାରୁ ପ୍ରଭାସିନି କେଶବ […]

ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡପ ଅଭିଯୋଗ, ଘରୋଇକଲେଜ କ ତୃପକ୍ଷଙ୍କ ନାଁ ରେ ଏତଲା

ଫୁଲ ବାଣୀ- (ସୁନୀଲ ପଟନାୟକ)ନିରି ହଗରୀବ ଆଦିବାସୀ ଛାତ୍ରଛାତ୍ରୀଙ୍କ ନାଁରେ କୁ ଆଡେଜାଲ ଆକାଉଣ୍ଟମାନ ଖୋଲି କଲେଜ କ ତୃପକ୍ଷ ସେମାନଙ୍କ ଷ୍ଟାଇପେଣ୍ଡ ଟଙ୍କା ଆତ୍ମସାତ କରିବା ଅଭିଯୋଗ ହୋଇଛି । ସେହିପରି ସେମାନଙ୍କ ଏକାଡେମିକ ସାର୍ଟିଫିକେଟଗୁଡିକ ମଧ୍ୟ କଲେଜ କତୃପକ୍ଷ ବନ୍ଧକ ରଖିଥିବା ମଧ୍ଯ ଅଭିଯୋଗ କରିଛନ୍ତି ଏହି କଲେଜର ଛାତ୍ରଛାତ୍ରୀ। ଏନେଇ ସେମାନେ ଦାରିଙ୍ଗବାଡିଥାନାରେ ମଧ୍ୟ ଅଭିଯୋ କରିଛନ୍ତି । ପୋଲିସ ଅଭିଯୋଗ ପାଇବାପରେ ମାମଲା ରୁଜ୍ଜୁ କରି ଘଟଣାର ଛାନବିନ ଆରମ୍ଭ କରିଛି […]

ପଶ୍ଚିମବଙ୍ଗ ନିର୍ବାଚନ ହିଁସା ବିରୋଧରେ ବିଜେପିର ୨ ଘଣ୍ଟିଆ ଅନଶନ

ଫୁଲବାଣୀ- (ସୁନୀଲ ପଟନାୟକ) ନିର୍ବାଚନ ସରିବାପରେ ପଶ୍ଚିମବଙ୍ଗରେ ଟି.ଏମ.ସି.ର‌ କାର୍ଯ୍ୟକର୍ତ୍ତା ନଵ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରୋତ୍ସାହନରେ ଭାରତୀୟ ଜନତା ପାର୍ଟିର କର୍ମୀ ତଥା ସାଧାରଣ ଲୋକଙ୍କୁ ମାରପିଟ, ଧର୍ଷଣ, ହତ୍ୟା, ଓ ଘରପୋଡି ଇତ୍ୟାଦି କରୁଥିବା ଅଭିଯୋଗ କରିଛି ବିଜେପି।ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏସବୁ ଆଦୌ ଶୋଭନୀୟ ନୁହେଁ ଓ ଗଣତନ୍ତ୍ରର ସୁସ୍ଥ ପରମ୍ପରା ବଜାୟ ରହିବା ଆବଶ୍ୟକ ।ଏହି ଅମାନବୀୟ କାର୍ଯ୍ୟକଳାପକୁ ବିରୋଧ କରି ସାରା ଭାରତରେ ଆଜି ଭାରତୀୟ ଜନତା ପାର୍ଟିର […]