ଅବହେଳିତ ତୁମୁସିଙ୍ଗିଆ ଘାଇ : ଜନସାଧାରଣ ସୁବିଧା ପାଇବେ କେବେ ?

ବାଲିଗୁଡା,୦୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମ ପଞ୍ଚାୟତ I ଏହି ଗ୍ରାମ ପଞ୍ଚାୟତର ଜନସଂଖ୍ୟା ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ବ ହେବ I ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ୧୪ଟି ୱାର୍ଡର ରଟିଙ୍ଗିଆ, ଡଡାପଡ଼ା, ସରସୁନିଙ୍ଗିଆ, ତୁମୁସିଙ୍ଗିଆ, କଲାନାଜୁ, ଜେ.ପଡ଼ିକିଆ, ଝିମାଙ୍ଗିଆ, ଡକେଡ଼ି, ସାରଂଗଧର ପୁର, ଆର.ପଡ଼ିକିଆ, କାଲିନାଜୁ, ଧାଙ୍ଗାଡ଼ାମା ଗ୍ରାମକୁ ନେଇ ଗଠିତ I ଏହି ଅଞ୍ଚଳବାସୀଙ୍କ ଜଳ ସମସ୍ୟାକୁ ଦୁର କରିବା ପାଇଁ ତୁମୁସିଙ୍ଗିଆ ଠାରେ ଏକ […]

ଓଡିଆ ହାସ୍ୟକବି ସମ୍ମିଳନୀ ପକ୍ଷରୁ ବ୍ୟଙ୍ଗକାର ଡମ୍ବରୁ ବାବାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର/ କେବଳ ବ୍ୟଙ୍ଗ ନୁହେଁ ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ ସଫଳ ଲେଖନୀ ଚାଳନା ସହିତ ସାହିତ୍ୟ ସଂଗଠନ ଏବଂ ସାବିତ୍ରୀ ପାଠାଗାର ଓ ସଂଗ୍ରହାଳୟ ସ୍ଥାପନ ଜରିଆରେ ଉପାନ୍ତ ଜିଲ୍ଲାମାନଙ୍କରେ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଦିବଂଗତ ବିଶିଷ୍ଟ ସାହିତ୍ୟିକ ତଥା ବ୍ୟଙ୍ଗକାର ଡମ୍ବରୁଧର ପଟ୍ଟନାୟକ(ଡମ୍ବରୁବାବା) ସମର୍ପିତ ଥିଲେ ବୋଲି ଆଜି ଆୟୋଜିତ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଓଡିଆ ହାସ୍ୟକବି ସମ୍ମିଳନୀର ସଂଯୋଜକ ଡଃ କୁଳାଙ୍ଗାରଙ୍କ ଆବାହକତ୍ବରେ […]

ଗୁମାଗଡ଼ରେ ଟ୍ରାକ୍ଟର ଓଲଟି ଜଣେ ଗୁରୁତର

ବାଲିଗୁଡା,୦୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଅଧିନସ୍ଥ ଗୁମାଗଡ ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି ହୋଇଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହୋଇଥିବାରୁ ଡାକ୍ତର ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଟ୍ରାକ୍ଟରରେ ଥିବା ଅନ୍ୟମାନେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି l ଗୁରୁତର ଆହତ ହୋଇଥିବା ଶ୍ରମିକ ଜଣକ ହେଲେ […]

୮ ରାଜ୍ୟକୁ ଓଡ଼ିଶାରୁ ଅକ୍ସିଜେନ ଯୋଗାଣର ସପ୍ତମ ଦିନ । ୧୩୫ଟି ଟ୍ୟାଙ୍କରରେ ୮ ରାଜ୍ୟକୁ ୨୫୧୬ ମେଟ୍ରିକ ଟନ ଅକ୍ସିଜେନ ପଠାଯାଇଛି । ଆନ୍ଧ୍ରକୁ ସର୍ବାଧିକ ୮୯୦ ମେଟ୍ରିକ ଟନ ଅକ୍ସିଜେନ ପଠାଯାଇଛି । ଗ୍ରୀନ କରିଡର ଯୋଗେ ଚାଲିଛି ଅକ୍ସିଜେନ ଯୋଗାଣ

ଆମେରିକାକୁ ଯାଇ ପାରିବେନି କୌଣସି ଭାରତୀୟ । ଭାରତୀୟଙ୍କ ଯାତ୍ରା ଉପରେ କଟକଣା ଲଗାଇଲା ଆମେରିକା । ଭାରତରେ ଥିବା ଆମେରିକୀୟ ନାଗରିକମାନେ ଯାଇପାରିବେ । ଭାରତରେ କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ନିଷ୍ପତ୍ତି । ଛାତ୍ର, ସାମ୍ବାଦିକ ଓ ବିଭିନ୍ନ ଏକାଡେମି ପାଇଁ କିଛିଟା କୋହଳ ହୋଇଛି

ରାଜ୍ୟରେ କୋରୋନା ନେଲା ଆଉ ୧୧ ଜୀବନ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨୦୫୪କୁ ବୃଦ୍ଧି

ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣଙ୍କ ଜୀବନ ନେଲା କୋରୋନା, ସୁନ୍ଦରଗଡ଼ରେ ୨ ଜଣଙ୍କ, ରାୟଗଡ଼ା, ପୁରୀ, କୋରାପୁଟ, କଳାହାଣ୍ଡି ଓ ବୌଦ୍ଧରୁ ଜଣେ ଲେଖାଏଁ ମୃତ

କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବାଇଡେନ ପ୍ରଶାସନର ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଭାରତ ପାଇଁ ପ୍ରସ୍ତାବ : ଆନ୍ଥୋନିଫସି କହିଲେ, ଆଗାମୀ କିଛି ସପ୍ତାହ ପାଇଁ ସଟଡାଉନ ଜରୁରୀ

ଭାରତ ସରକାର ସଟଡାଉନ ଭଳି ପଦକ୍ଷେପକୁ ଶେଷ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଉଥିବାବେଳେ ଭିନ୍ନ ମତ ରଖିଛନ୍ତି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଗାମୀ କିଛି ସପ୍ତାହ ଯାଏଁ ଶକ୍ତ କଟକଣା ଲଗାଇବାକୁ ପରାମର୍ଶ ଦେଇଛନ୍ତି ଆନ୍ଥୋନି ଫସି । ସେ ହେଉଛନ୍ତି, ଆମେରିକା ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ପରାମର୍ଶଦାତା । ଅର୍ଥାତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି ଆନ୍ଥୋନି ଫସି […]

ଯୋଗୀଙ୍କ ଦାବିକୁ ପ୍ରଶ୍ନ କରୁଛନ୍ତି ଦଳର ବିଧାୟକ ଏବଂ ସାଂସଦ

ରାଜ୍ୟରେ ଅମ୍ଲଜାନର ଅଭାବ ନାହିଁ । ଔଷଧ ଯଥେଷ୍ଟ ଅଛି । ମୋଟାମୋଟି ଭାବେ ସବୁ ଠିକ୍ ଅଛି । ଏମିତି ଦାବି କରୁଛନ୍ତି ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କିନ୍ତୁ ସତ ଆଉ କିଛି । ସତ ହେଲା ସତ ସହ ସାମ୍ନାସାମ୍ନି ହେବାକୁ ଡରୁଛନ୍ତି ଯୋଗୀ । ଯୋଗୀରାଜରେ ଏବେ କରୋନା ରାଜ୍ ଚାଲିଛି କହିଲେ ଭୂଲ୍ ହେବନି । ରାମ ରାଜ୍ୟ ବଦଳରେ ଏବେ […]