ବାଲିଗୁଡା:କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା : କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଜୋରିମାନା ସହ ଦୁଇଟି ଦୋକାନ ସିଲ୍

ବାଲିଗୁଡ଼ା,୧୭/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ଦ୍ବିତୀୟ ଲହରୀରେ ସାରା ଦେଶରେ ହୁହୁ ହୋଇ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେବାସହ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା ଅଞ୍ଚଳରେ ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ଅଞ୍ଚଳରେ ସାମାଜିକ ଦୂରତା ଓ […]

ବାରହା ଆକ୍ରମଣରେ ଯୁବକ ଗୁରୁତର: ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି

ବାଲିଗୁଡ଼ା,୧୬/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ମାର୍ଲାଙ୍ଗା ପଞ୍ଚାୟତର ସାଲକି ସିତାଗୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାରହା ଆକ୍ରମଣରେ ଯୁବକ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ପରିବାର ଲୋକେ । ସୂଚନା ପ୍ରକାରେ ସାଲକି ସିତାଗୁଡ଼ି ଗାଁ ର ରୋହିତ ପାଟମାଝୀ ନାମକ ୩୦ ବର୍ଷୀୟ ଜଣେ ଯୁବକ ନିଜ ପରିବାର ଲୋକଙ୍କ ସହ ହଳଦୀ ଖୋଳିବା ପାଇଁ ପଦରକୁ ଯାଇଥିଲେ […]

କନ୍ଧମାଳ:କୋଭିଡ଼୍‌ ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ, ଶନିବାର ଠାରୁ ପୁଣି ରାତ୍ରି କାଳୀନ କର୍ଫ୍ୟୁ ଲାଗୁ

କନ୍ଧମାଳ,୧୬/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସାରା ରାଜ୍ୟର ସହରାଞ୍ଚଳରେ ଶନିବାରଠାରୁ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ମଧ୍ୟ କୋଭିଡ଼୍‌ ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। କୋଭିଡ଼୍‌ ସଂକ୍ରମଣକୁ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। […]

ଚକାପାଦରେ ରବିଚାଷ ଓ କରୋନା ସଚେତନତା ପାଇଁ କୃଷି ରଥ ଉଦ୍‌ଘାଟିତ

ଫୁଲବାଣୀ- (ସୁନୀଲ ପଟନାୟକ) ଆଗକୁ ଆସୁଥିବା ରବି ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ କରୋନା ସଂକ୍ରମଣ ନେଇ ସଚେତନତା ସୃଷ୍ଟି କରିବାପାଇଁ ଚକାପାଦ ବ୍କ୍କ କ କୃଷି ବିଭାଗ ପକ୍ଷରୁ ଏକ ସଚେତନତା ରଥ କୁ ଆଜି ସାଂସଦ ପ୍ରତିନିଧି ଉମାଚରଣ ମଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିଥିଲେ। ସେହିପରି ଜି.ଉ ଦୟଗିରି କୃଷି ଅଧିକାରି ଅଜୟ ପରିଡ଼ା ସମ୍ମାନିତ ଅତିଥିଭାବେ ଯୋଗଦେଇ ସବୁଜପତ ।କା ଦେଖାଇ ଥିଲେ। ସେହିପରିଅନ୍ୟମାନଙ୍କ ମଧ୍ୟରେ ଚକାପାଦ […]

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଶିକ୍ଷକ, ଶିକ୍ଷୟିତ୍ରୀ

ବାଲିଗୁଡା,୧୫/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ କାର୍ଯ୍ୟରତ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ବିଭିନ୍ନ ସମସ୍ୟାକୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉତ୍କଳ ଶିକ୍ଷକ ସଂଘ ସଭାପତି ଶରତ ଚନ୍ଦ୍ର ଦେଶିନାୟକଙ୍କ ଆହ୍ୱାନ କ୍ରମେ ଚଳିତମାସର ଦରମା ଆଜି ପର୍ଯ୍ୟନ୍ତ ନମିଳିବା ଏବଂ ଏହି ସମସ୍ୟା ଲାଗି ରହୁଥିଲେ ବି ସମାଧାନ ନହେବାରୁ ବ୍ଲକର ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଏହି ବିକ୍ଷୋଭ […]

କରେ।ନା ଦ୍ଵିତୀୟ ଲହରରେଫୁଲବାଣୀରେ ପ୍ରଥମ ମୃତ୍ୟୁ

,ଫୁଲବାଣୀ- (ସୁନୀଲ ପଟନାୟକ)କରୋନାର ଦ୍ୱିତୀୟ ଲହରରେ ଜଣଙ୍କ ଜୀବନ ଯାଇଛି । ଫୁଲବାଣୀ ସହର ର ଫୁଲ ବ।ଣୀ ସାହି ବାସିନ୍ଦା ତଥା ପୂର୍ବତନ କାଉନସିଲର ନବଘନ ମହାନ୍ତି ଙ୍କଗତକାଲି କରେ । ନା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ସ୍ଵର୍ଗତ ନବଘନ ମହାନ୍ତି ଅସୁସ୍ଥ ହୋଇପଡିବା ଫଳରେ ତାଙ୍କୁ ଗତ ୯ ତାରିଖ ଦିନ ଫୁଲବାଣୀ ଡାକ୍ତର ଖାନାରେ […]

ଭାରସାମ୍ୟ ହରାଇ ଅଟୋ ଓଲଟିଲା, ଚାଳକ ଗୁରୁତର

ଫୁଲବାଣ-(ସୁନୀଲ ପଟନାୟକ.) ଗୁରୁବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଚକାପାଦ ର ଯୋଗେଶ୍ଵର ମନ୍ଦିର ନିକଟରେ ଏକ ଅଟେ। ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଖଜୁରିପଡା ବ୍ଲକର ସର।ଚୁଡ଼ ଗ୍ରାମ ର ଅଟୋ ଚାଳକ ପ୍ରଶାନ୍ତ ବେହେରା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ ବ୍ରାହ୍ମଣପାଦ ମେଡିକାଲରେ ଭର୍ତ୍ତୀକରାଯାଇଛି । ସୌଭାଗ୍ୟବଶତଅଟେ । ରେ କେହି ଯାତ୍ରୀ ନଥିଲେ। Iଚକାପାଦ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୧୬ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-ଶୁକ୍ଳପକ୍ଷତିଥି-ଚତୁର୍ଥୀ ସନ୍ଧ୍ୟା ଘ୦୬/୧୮ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀନକ୍ଷତ୍ର- ରୋହିଣୀ ରାତ୍ରି ଘ ୧୨/୩୫ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରାଚନ୍ଦ୍ର-ବୃଷଯୋଗ- ସୌଭାଗ୍ୟକରଣ-ବିଷ୍ଟିସୌରମାସ- ମେଷ ୦୩ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୫୫✧═════•❁❀❁•═════✧ଯୋଗିନୀ ନୈରୁତେ ସନ୍ଧ୍ୟା ଘ୦୬/୧୮ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେବିଛା ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା ଓ ବାରବେଳା- ଦିବା ଘ ୦୮/୪୦ ଗତେ ସନ୍ଧ୍ୟା ଘ୧୧/୪୪ ମଧ୍ୟେ✧═════•❁❀❁•════*ବିଶୁଦ୍ଧ […]

ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ସେବା ର ଶୁଭାରମ୍ଭ

ବରଗଡ଼:- ଖେଦା ପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ। ଅତ୍ୟାଧୁନିକ ୧୦୮ ର ଆମ୍ବୁଲାନ୍ସ କୁ ରାଜ୍ୟ ସଭା ସଭ୍ୟ ପ୍ରସନ୍ନ ଆଚାର୍ଯ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସା°ସଦ ପାଣ୍ଠି ରୁ ପ୍ରଦତ୍ତ ଏହି ଆମ୍ବୁଲାନ୍ସ ରେ ୨ଟି ଅକ୍ସିଜେନ,ଇସିଜି ମେସିନ ସହ ଜଣେ ଫାର୍ମାସିଷ୍ଟ, ଜଣେ ଟେକ୍ନିସିଏନ ଏବଂ ଜଣେ ଆଟେଡେଣ୍ଟ ରହିବେ। ଏହାର ସମସ୍ତ ଖର୍ଚ୍ଚ ସା°ସଦ ପାଣ୍ଠି ରୁ ବହନ କରାଯିବାକୁ ଥିବାବେଳେ ଏହାକୁ ୧୦୮ ସେବା ଦ୍ବାରା ପରିଚାଳନା କରାଯିବ […]

ବାଲିଗୁଡା:ଜାତୀୟ ଗ୍ରାମାଞ୍ଚଳ ମେଧା ବୃତ୍ତି ପରୀକ୍ଷାରେ କଳ୍ପତରୁଙ୍କ କୃତିତ୍ୱ

ବାଲିଗୁଡା,୧୫/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ୨୦୨୦-୨୧ ଶିକ୍ଷା ବର୍ଷରେ ଆୟୋଜିତ ହୋଇଥିବା ଜାତୀୟ ଗ୍ରାମାଞ୍ଚଳ ମେଧା ବୃତ୍ତି ପରୀକ୍ଷା (ଏନଆରଟିଏସ) ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର କଳ୍ପତରୁ ସାହାଣୀ ବାଲିଗୁଡା ଏନଏସିରେ ଷଷ୍ଠ ସ୍ଥାନରେ ରହି ସଫଳତାର ସହ ଗୌରବାର୍ଜନ କରିଛନ୍ତି l ତାଙ୍କର ଏହି ସଫଳତା ପଛରେ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ତଥା ପିତା ବ୍ରଜବନ୍ଧୁ ସାହାଣୀ ଓ ମାତା ସୁଜାତା ସାହାଣୀଙ୍କର […]