ଆଠଗଡ କଂଗ୍ରେସ ଦଳ ତରଫରୁ ଦୋଳଯାତ୍ରା ଓ ପଞ୍ଚୁଦୋଳ ଉପରେ ବନ୍ଧୁ ମିଳନ ଅନୁଷ୍ଠିତ

ଆଠଗଡ(ଉଲାପ୍ର)ଆଠଗଡ ଗଡଜାତ ପରମ୍ପରା,ଐତିହ୍ୟ,ସଂସ୍କୃତି ହେଉଛି ଦୋଳଯାତ୍ରା ଓ ପଞ୍ଚୁଦୋଳ, ଆଠଗଡ ଗଡଜାତ ରେ ଏହି ପରମ୍ପରା କାହିଁ କେଉଁ କାଳରୁ ତଥା ରାଜା ରାଜୁଡା ଶାସନ ସମୟରୁ ଚାଲି ଆସିଛି,ଏହି ପରମ୍ପରା କୁ ଉଜିବିତ ରଖିବା ପାଇଁ ଆଠଗଡ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମା ବଲଭ ରଥ ନିଜ କଂଗ୍ରେସ ପାର୍ଟି ଅଫିସରେ ଆଠଗଡ ରେ ପ୍ରଥମଥର ପାଇଁ ଏକ ବନ୍ଧୁ ମିଳନ ଉତ୍ସଭ ଅନୁଷ୍ଠିତ କରିଥିଲେ,ଏଥିରେ ଆଠଗଡ, ଖୁଣ୍ଟୁଣି ଅଞ୍ଚଳର ସମସ୍ତ ସାମ୍ବାଦିକ […]

ଆସାମରେ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ

ଭୁବନେଶ୍ବର,ଆସାମରେ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ଏହାର ଘୋଷଣାପତ୍ର ଜାରି କରିଛି। ଗୌହାଟୀଠାରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଡ଼, ଜିତେନ୍ଦ୍ର ସିଂ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓ ଅନ୍ୟ ପ୍ରମୁଖ ନେତାଙ୍କ ଉପସ୍ଥିତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନିଚ୍ଛା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି । ବିକାଶ, ମହିଳା ସଶସ୍ତୀକରଣ, ସବୁ ବର୍ଗର ଉତ୍ଥାନ ତଥା ସଂସ୍କୃତିର ସୁରକ୍ଷା ଇତ୍ୟାଦିକୁ ବିଜେପି ନିଜର […]

କତାରରୁ ଓଡିଆ ଯୁବକଙ୍କ ମରଶରୀର ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର, ୨୦।୦୩- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା କତାରରୁ ଓଡିଆ ଯୁବକ ପ୍ରଭାତ କୁମାର ବାରିକଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପ୍ରାଧାନପାଟିକିରା ଗ୍ରାମର ସଙ୍କର୍ଶଣ ବାରିକଙ୍କ ପୁଅ ପ୍ରଭାତ କୁମାର ବାରିକ କତାରର ଦୋହା ଠାରେ ଏକ ଘରୋଇ କମ୍ପାନୀରେ ୱେଲ୍ଡର ମିସ୍ତ୍ରୀ ଭାବେ କାମ କରୁଥିଲେ। […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୨୪ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ଦଶମୀ ଦିବା ଘ ୧୦/୨୨ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀନକ୍ଷତ୍ର-ପୂଷ୍ୟା ରାତ୍ରି ଘ ୧୧/୪୮ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାଚନ୍ଦ୍ର – କର୍କଟଯୋଗ-ଅତିଗଣ୍ଡକରଣ-ଗରସୌରମାସ-ମୀନ ୧୧ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୨/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୫୯✧═════•❁❀❁•═════✧ଯୋଗିନୀ ଉତ୍ତରେ ଦିବା ଘ ୧୦/୨୨ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେକର୍କଟ ରାଶିର ଘାତବାରଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୮/୫୪ ଗତେ ଘ୧୦/୨୪ ମଧ୍ୟେବାରବେଳା- ଦିବା ଘ୧୧/୫୨ ଗତେ ଘ୦୧/୨୪ ମଧ୍ୟେ✧═════•❁❀❁•════*ବିଶୁଦ୍ଧ […]

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଫୁଲବାଣୀ -(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାର ସର୍ବ ପୁରାତନସରକାରୀ ରେଜିଷ୍ଟ୍ରୀଭୁକ୍ତ ସାମ୍ବାଦିକ ସଙ୍ଘକନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ବାର୍ଷିକ ଉତ୍ସବ ଆସନ୍ତା ମଇ ମାସ ୧୪ ଓ ୧୫ ତାରିଖରେ ଫୁଲବାଣୀ ଠାରେ ପାଳନ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି।ସଂଘ ସଭାପତି ଡ଼.ଅରୂପ ଜେନାଙ୍କ ସଭାପତିତ୍ବରେମଙ୍ଗଳ ବାର ସ୍ଥାନୀୟ ବନାନୀ କଳା ସଂସଦ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ରାଜ୍ୟ ସ୍ତରୀୟ ଉତ୍ସବ ନିମନ୍ତେ ବିଭିନ୍ନ ପରିଚାଳନା କମିଟିମାନ ଗଠନ କରାଯାଇଥିଲା […]

ଆଠଗଡ ଏନଏସିର ନୂଆ ଠିକଣା,ବିଧାୟକ ରଣେନ୍ଦ୍ରଙ୍କ ସୂର୍ଯ୍ୟଭବନ, ଭତ୍ତା ବାଣ୍ଟି ଚର୍ଚ୍ଚାରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

ଆଠଗଡ ଏନଏସିର ନୂଆ ଠିକଣା ପାଲଟିଛି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ରାଧାଗୋବିନ୍ଦ ପୁର ବିଜେଡି କାର୍ଯ୍ୟଳୟ ତଥା ସୂର୍ଯ୍ୟ ଭବନ,ଏକଥା ଆମେ କହୁନୁ ଏକଥା କହୁଛନ୍ତି ଆଠଗଡ ର ବିରୋଧୀ ଦଳ ନେତାମାନେ,ମଙ୍ଗଳବାର ଦିନ ଆଠଗଡର ଯୁବ ସଙ୍ଗଠକ ଅଭୟ ବାରିକ ରଥଗଡ଼ା ଛକ ଠାରେ ଥିବା ଦଳୀୟ ଅଫିସ ଠାରେ ଏକ ସାମ୍ବାଦିକ ସମିଳନୀ କରି ଅଭିଯୋଗ କରିଛନ୍ତି ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୁର୍ଯ୍ୟ ଭବନ […]

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଆଡ଼ାସିପଡା ପଞ୍ଚାୟତର କାବରା ଗ୍ରାମର ସନାତନ ସାହୁ (୬୦)ଙ୍କର ମଙ୍ଗଳବାର ପୂର୍ବାହ୍ନରେ ମୃତ୍ୟୁ ହୋଇଛି। ସେ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ଯାଇଥିଲେ। ଏନେଇ ଖଜୁରିପଡା ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ସନାତନଙ୍କୁ ଉଦ୍ଧାର କରିବା ପାଇଁ ଖଜୁରିପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ତାଙ୍କର […]

କନ୍ଧମାଳ: ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର:ତଦନ୍ତ ଅବ୍ୟାହତ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ ସ୍ଥିତ ପାଙ୍ଗାପଦର ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଏକ ପ୍ରେମୀ ଯୁଗଳ ଙ୍କ ମୃତ ଦେହ ଉଦ୍ଧାର କରିଛି ଫିରିଙ୍ଗିଆ ପୋଲିସ l ଘଟଣାରୁ ପ୍ରକାଶ ଯେ, ଗ୍ରାମର କେତେକ ଲୋକ ଜଙ୍ଗଲ ଯିବା ସମୟରେ ଏକ ଗଛ ରେ ଯୁବକ ଯୁବତୀ ଝୁଲୁଥିବା ର ଦେଖି ପୋଲିସ କୁ ଖବର ଦେଇଥିଲେ l ଫିରିଙ୍ଗିଆ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଂଚି ଦୁଇ ଜଣଙ୍କ ମୃତ ଦେହ […]

ଲାଞ୍ଚୁଆ କିରାଣୀ ଧରାପଡିଲେ,ଜମି ପଟ୍ଟାର ନକଲ ଦେବାପାଇଁ ନେଉଥିଲେ ଲାଞ୍ଚ,

ଫୁଲବାଣୀ,_ (ସୁନୀଲ ପଟ୍ଟନାୟକ) ମଙ୍ଗଳବାର କାର୍ଯ୍ୟାଳୟ ମଧ୍ୟରେ ଲାଞ୍ଚ ନେଉଥିବାବେଳେ ଲାଞ୍ଚଆ କିରାଣୀ କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ବିଭାଗ।ଲାଞ୍ଚୁଆ କିରାଣୀ ଜଣକ ହେଉଛନ୍ତି ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ବିଭାଗର ମୁଖ୍ୟ କିରାଣୀ ଅଶୋକ ପଟନାୟକ, lଅଶୋକ ବୌଦ୍ଧ ଜିଲ୍ଲାର ମନ ମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ଅଞ୍ଚଳର ଅବସରପ୍ରାପ୍ତ ସୁବେଦl ର ଲଲିତ କୁମାର ସାହୁଙ୍କ ଠାରୁ ଜମି ପଟ୍ଟାର ନକଲ ଦେବା ଲାଗି ୨ହଜାର ଟଙ୍କା ସିଧାସଳଖ ଲାଞ୍ଚ ଦାବୀ କରିଥିଲେ। […]

ଦେଶରେ ବଢୁଛି କରୋନା ଆକ୍ରାନ୍ତ

ଦେଶରେ ବଢିଲା କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା । ୨୪ଘଣ୍ଟାରେ ୪୦ ହଜାର ୭୧୫ ନୂଆ ଆକ୍ରାନ୍ତ ଚିହ୍ନଟ । ୧୯୯ ମୃତ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୬ ଲକ୍ଷ ୮୬ହଜାର ୭୯୬ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୦ ହଜାର ୧୬୬ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା