କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ, ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍

କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ ପାଇଁ ରାଜ୍ୟ ସରକାରଙ୍କ ନିଆରା ପ୍ରୟାସ । ସମ୍ମାନ ସହ ସମାଜରେ ବଞ୍ଚିବା ପାଇଁ ଆରମ୍ଭ କଲେ ନୂଆ ଯୋଜନା । ଆତ୍ମନିର୍ଭରଶୀଳ କରାଇବା ସହ ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କଲେ ରାଜ୍ୟ ସରକାର । ଭାରତରେ ପ୍ରଥମ ଥର ପାଇଁ ଓଡିଶା ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା । ସେମାନଙ୍କର ଥଇଥାନ ତଥା ଆତ୍ମନିର୍ଭରଶୀଳ ପାଇଁ ସାମାଜିକ ସୁରକ୍ଷା ଓ […]

କନ୍ଧମାଳ ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ପୁରୁଖା ଜଘନ୍ୟ ଗଞ୍ଜେଇ ମାଫିଆ ପ୍ରକାଶ ଗିରଫ

ବାଲିଗୁଡା,:(ଉଲାପ୍ର):ସମଗ୍ର କନ୍ଧମାଳ ଜିଲ୍ଲା ପୋଲିସ କୁ ବିଭିନ୍ନ ସ୍ଥାନରେ ଚକମା ଦେଇ ନିର୍ଭୟରେ ଗଞ୍ଜେଇ ବେପାରର କାୟା ବିସ୍ତାର କରି ଚାଲିଥିବା ଜଘନ୍ୟ ପୁରୁଖା ଗଞ୍ଜେଇ ମାଫିଆ କୁ ରବିବାର ବାଲିଗୁଡା ପୋଲିସ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି l ପ୍ରକାଶ ଯେ, ବାଲିଗୁଡା ଏସଡିପିଓ ମନୋଜ କୁମାର ପୂଜାରୀ ଓ ପୋଲିସ ସଦଳ ବଳ ମାଓ ପ୍ରବଣ ଅଞ୍ଚଳ ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ପାଟ୍ରୋଲିଂ […]

ପୋଲିସ୍ ବିଭାଗ ପକ୍ଷରୁ ଆଇନ ସଚେତନତା ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୨ୟୁନିଟ୍ ରକ୍ତ ସଂଗ୍ରହ

ବାଲିଗୁଡା,(ଉଲାପ୍ର):କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଯୁବ ସଙ୍ଗଠନ, ସ୍ବେଚ୍ଛାସେବୀ, ପ୍ରମୁଖ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ଏହି ଶିବିରରେ ସମୁଦାୟ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଜିଲ୍ଲାରେ କେହି ରକ୍ତ ଅଭାବରୁ ମୃତ୍ୟୁବରଣ ନକରୁ ଏଥିପାଇଁ ଆମର ଏହି ପ୍ରୟାସ […]

କନ୍ଧମାଳର ବାଲନ୍ଦାପଡ଼ା ମାଗୃହ ଏଏନ୍‌ଏମ୍‌ ପୁଷ୍ପିତା ସାହୁଙ୍କ କାମ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲନ୍ଦାପଡ଼ାରେ ମା’ଗୃହ ଦାୟିତ୍ୱରେ ଥିବା ଏଏନ୍‌ଏମ୍‌ ପୁଷ୍ପିତା ସାହୁ ଗର୍ଭବତୀଙ୍କ ସୁରକ୍ଷିତ ମାତୃତ୍ୱ ପାଇଁ କରୁଥିବା କାମ ଉଦାହରଣୀୟ। ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବା ଏବଂ ଗର୍ଭବତୀଙ୍କ ପାଇଁ ଥିବା ସରକାରୀ ସୁବିଧାସୁଯୋଗକୁ ସେମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏତଦ ବ୍ୟତୀତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ପରବର୍ତ୍ତୀସ୍ତରକୁ ନେବା ଉଦେଶ୍ୟରେ ଆସନ୍ତା […]

ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ର ଦାବି, ରାଧାନାଥ ରଥଙ୍କ ଜନ୍ମସ୍ଥାନକୁ ସ୍ମାରକୀ ଭାବେ ସରକାର ଘୋଷଣା କରନ୍ତୁ

ଆଠଗଡ(ବୁରୋ news)ପଦ୍ମଭୂଷଣ, ସମାଜର ପୂର୍ବତନ ସମ୍ପାଦକ,ଆଠଗଡର ପୂର୍ବତନ ବିଧାୟକ,ରାଜ୍ୟର ଅନେକବାର ମନ୍ତ୍ରୀ ହୋଇଥିବା ଡ଼ଃ ରାଧାନାଥ ରଥଙ୍କ ଜନ୍ମସ୍ଥାନ ରାଧନାଥପୁର ଶାସନ ଘରକୁ ସ୍ମାରକୀ କରିବା ପାଇଁ ଆଠଗଡ ର ସ୍ୱେଚ୍ଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ସମ୍ବାଦପତ୍ର ରାଜ୍ୟ ସରକାରଙ୍କ ଠାରେ ଦାବି କରିଛି,ଆଠଗଡ ରାଧନାଥପୁର ଶାସନର ପ୍ରଥମ ସନ୍ତାନ ହୋଇଥିବା ଯୋଗୁ ତାଙ୍କ ନାମ ଅନୁସାରେ ରାଧନାଥପୁର ଶାସନ ହୋଇଛି,ଡ଼ଃ ରଥଙ୍କ ଘର ଶାସନ ରେ ଏବେବି ରହିଛି,ଯେହେତୁ ଏହି ଘରେ […]

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ କରଡ଼ା ବନ କର୍ମଚାରୀଙ୍କ ଦ୍ଵାରା ୨ଜଣ ଗିରଫ

ଫୁଲ ବାଣୀ-(ସୁନୀଲ ପଟ ନାୟକ ) ବନବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ଜାଣିଶୁଣି ନିଆଁ ଲଗାଉଛନ୍ତି । ଲୋକମାନଙ୍କର ମାନସୀ କତାରେ ପରିବର୍ତ୍ତନ ଆସୁନି ।ଫଳରେ ଏହାକୁ ନେଇ ବନ ବିଦ୍ଭାଗ ଏବେ ଚିନ୍ତାରେ । ଶୁକ୍ରକାର ଫୁଲବାଣୀ ବନଖଣ୍ଡ ଅଧିନ କରଡ଼ା ପରେ ଷ୍ଟ 6ରଂଜ ଅର୍ନ୍ତଗତ ବ।ରବା ରିଜର୍ଭ ଜଙ୍ଗଲ ମଧ୍ୟରେ ନିଆଁ ଲାଗ।ଉ ଥିବାବେଳେ ବନ କର୍ମଚାରୀ ମାନେ ନିଆଁକୁ ଆୟତ କରିବା ସହ ଅଭିଯୁକ୍ତ […]

ପଦ୍ମଶ୍ରୀ ତାଡିଶରୁ ବାବାଙ୍କ ଦ୍ୱାରା ଫୁଲବାଣୀରେ ନୂତନ ପେଟ୍ରୋଲ ପମ୍ପ ଉଦଘାଟିତ

ଫୁଲ ବାଣୀ- (ଉଲାପ୍ର)ଫୁଲ ବାଣୀ ସହରର ମାଷ୍ଟ୍ରପଡ଼ା ସା ର୍କୁଲାର ରୋଡରେ ପ୍ରଦୀପ ଫୁଏଲ ସ ନାମରେଏକ ନୂତନ ପେଟ୍ରୋଲ ପମ୍ପ ମହାଶୀବରାତ୍ରି ଅବସରରେ ଉଦ୍‌ଘାଟିତ ହୋଇଛିଏହି ନୂତନ ପେଟ୍ରୋଲ ପମ୍ପକୁ ପଦ୍ମଶ୍ରୀତାଡ଼ିଶରୁ ବାବା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।ଫୁଲ ବାଣୀ ସହରରେ ଦେଖାଦେଇଥିବା ପେଟ୍ରୋଲ ଓ ଡିଜେଲସମସ୍ୟା ଦୁର କରିବାରେ ଏହ।ସହାୟକ ହେବ,I ବିଶେଷକରି ମାଷ୍ଟ୍ରପଡ଼ା ଫୁଲବାଣୀ ସ।ହୀ, କେନ୍ଦୁପଦର, ମେଡ଼ିକାଲ ଛକ,ପଟା ବାଲିସାହି, ବସଷ୍ଟାଣ୍ଡ,କୁମ୍ଭାର ପଡା ସାର୍ତ୍ତା ଗୁଡ଼ା, ଗୋଛାପଡ଼ା, ତୁଡିପାଜୁ,ଦଡକୀ କଟ୍ରିଙ୍ଗିଆ […]

କନ୍ଧ ମାଳରେ ପୃଥକ ପୃଥକ ଦୁର୍ଘଟଣା ରେ ୨ ଗୁରୁତର

.ଫୁଲବାଣୀ,(ଉଲାପ୍ର) ଶୁକ୍ରବାର କନ୍ଧମାଳ ଜିଲ। ର କଳିଙ୍ଗା ଘାଟି ଓ ଖଜୁରୀପଡ଼ାଠାରେ ପୃଥକ ପୃଥକ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଶୁକ୍ରବାର ଏକଶୋରିଷ ତେଲ ବୋଝେଇ ଟ୍ରକ କଳିଙ୍ଗା ଘାଟି ଗଡୁଥିବାବେଳେ ବୁଲାଣୀରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ହେଲ ପର ଗୁରୁତର ଆହତ ହୋଇଥିଲା। ଦୁର୍ଘଟଣା ଘଟ। ଇ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।ଅଞ୍ଚଳବାସୀ ଆହତ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୧୪ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ପ୍ରତିପଦ ଦିବା ଘ ୦୫/୧୦ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର-ଉତ୍ତରଭାଦ୍ର ରାତ୍ରି ଘ ୦୩/୧୨ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର – ମୀନଯୋଗ-ଶୁଭକରଣ- ବବସୌରମାସ-ମୀନ ୦୧ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୧/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୦୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ ୦୫/୧୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେଧନୁ ରାଶି ର ଘାତଚନ୍ଦ୍ରମେଷ ରାଶି ର ଘାତବାରପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ ବାରବେଳା – ଦିବା ଘ୦୧/୨୭ ଗତେ […]

ବରଗଡ଼ ସା°ସଦ ଙ୍କ ଜନଶୁଣାଣୀ

।ବରଗଡ(ଉଲାପ୍ର)ବରଗଡ଼ ସା°ସଦ ସୁରେଶ ପୂଜାରୀ ଆଜି ତାଙ୍କ ସରକାରୀ କାର୍ଯ୍ୟାଳୟ ଠାରେ ଜିଲ୍ଲା ର ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକଙ୍କ ସମାଧାନ ପାଇଁ ଜନଶୁଣାଣୀ କରିଥିଲେ। ବରଗଡ଼ ସଦର ମହକୁମା ଉପ ଜିଲ୍ଲାପାଳ ଙ୍କ ପରିସରରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ ରେ ଉକ୍ତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ଅନେକ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ଆପତ୍ତି ଅଭିଯୋଗ ଓ ସମସ୍ୟା ର ସମାଧାନ ପାଇଁ […]