ପଞ୍ଚାୟତ କଲେଜ୍ ଛାତ୍ରଛାତ୍ରୀ ଙ୍କ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ବରଗଡ଼:(ଉଲାପ୍ର)୬ ଦଫା ଦାବିରେ ଆଜି ବରଗଡ଼ ପଞ୍ଚାୟତ କଲେଜ୍ କମ୍ପୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଲଫ ଫାଇନାନ୍ସ ପାଠ୍ୟକ୍ରମ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏ ପର୍ଯ୍ୟନ୍ତ ଠିକ୍ ଭାବେ କ୍ଲାସ୍ କରାଯାଉନଥିବା ଅଭିଯୋଗ କରିଛନ୍ତି। ସେହିପରି ବିଭାଗରେ ସ୍ଥାୟୀ ଅଧ୍ୟାପକ ନଥିବା ବେଳେ ଗେଷ୍ଟ ଫେକଲଟି ମାଧ୍ୟମରେ ପାଠ ପଢା ଯାଉଛି। ଯା ଫଳରେ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରୁନାହାନ୍ତି ବୋଲି […]