ନାଗାର୍ଜୁନ ବେଶର ପରମ୍ପରା
ନାଗାର୍ଜୁନ ବେଶଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁଦକ୍ଷିଣା ସ୍ଵରୂପ ତାଙ୍କର ମୃତ ପାଂଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପାଂଚପୁତ୍ରଙ୍କର ପ୍ରାଣଭିକ୍ଷା କରିଥିଲେ । ଯମପୁର ପରିଦର୍ଶନ ସମୟରେ ନିଜର ପ୍ରିୟସଖା ପାଣ୍ଡବମାନଙ୍କର ମୃତ ପିତା ପଣ୍ଡୁଙ୍କୁ ଦେଖିବାର ସୁଯୋଗ ପାଇଥିଲେ। ଦୀର୍ଘ ଏକସ୍ତରୀ ବର୍ଷ ହେଲା ପଣ୍ଡୁ ଶରୀର ତ୍ୟାଗ କରିଥିଲେ ମଧ୍ୟ ସେ ବ୍ରହ୍ମ ଲୋକରେ ପହଞ୍ଚି ପାରି […]