ଆଠଗଡ ର ଆରାଧ୍ୟ ଦେବୀ ମାବାଉତି,ମାଉତରାଚଣ୍ଡୀ,ମାଦକ୍ଷିଣ ଚଣ୍ଡୀଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା

ଆଠଗଡ(ଉଲାପ୍ର)ଆଠଗଡ ର ଆରାଧ୍ୟ ଦେବୀ ମା ବାଉତୀ,ମା ଉତରା ଚଣ୍ଡୀ, ମା ଦକ୍ଷିଣ ଚଣ୍ଡୀଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା,ଚଳିତ ବର୍ଷ ଯୋଡ଼ା ଆଶ୍ୱିନମାସ ପଡିଥିବା ଯୋଗୁ ଷୋଳ ପୂଜା ପରିବର୍ତ୍ତେ ସବୁ ଶକ୍ତି ପୀଠରେ ଚଳିତବର୍ଷ ୪୪ଦିନ ଧରି ପୂଜା ଅନୁଷ୍ଠିତ ହେବ, ଏହା ପୁଣି କୋଭିଡ କଟକଣା ମଧ୍ୟରେ,ଭକ୍ତ ମନ୍ଦିରକୁ ଆସୁନଥିଲେ ମଧ୍ୟ ମାଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା

ବାଙ୍କିର ପୂର୍ବତନ ବିଧାୟକ ଯୋଗେଶ ଚନ୍ଦ୍ର ରାଉତଙ୍କ ୧୧ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବାଙ୍କି(ଉଲାପ୍ର)ବାଙ୍କିର ପୂର୍ବତନ ବିଧାୟକ ସମବାୟ ବିତ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତଙ୍କ ୧୧ତମ ଶ୍ରଦ୍ଧାସଭା ଶିଶୁଆ ଠାରେ ଅନୁଷ୍ଠିତ ହୋଇଯାଇଛି, ନକୁଳ ପରିଡାଙ୍କ ପରିଚାଳନା ରେ ପ୍ରେସ କ୍ଲବ ସଭାପତି ବଳଭଦ୍ର ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସୁବାସ ପାଢ଼ୀ, ସମରେନ୍ଦ୍ର ମହାପାତ୍ର,ସନାତନ ବେହେରା,ସନ୍ତୋଷ ରଣା ପ୍ରମୁଖ ସ୍ବର୍ଗତ ଯୋଗେଶ ବାବୁଙ୍କର ସ୍ମୃତି ଚାରଣ କରିଥିଲେ।

ଆଜିର ରାଶିଫଳ

ଅଦ୍ୟ ସେପଟେମ୍ବର ୧୨ତାରିଖ ୨୦୨୦ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-କୃଷ୍ଣପକ୍ଷତିଥି-ଦଶମୀ ରାତ୍ରି ଘ୦୪/୧୭ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ଆଦ୍ରା ଦିବା ଘ୦୫/୦୫ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁଚନ୍ଦ୍ର- ମିଥୁନଯୋଗ-ବ୍ୟତିପାତକରଣ-ବାଣିଜ୍ୟସୌରମାସ -ସିଂହ ୨୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୭/୫୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୦୯ ଯୋଗିନୀ ଉତ୍ତରେ ରାତ୍ରି ଘ୦୪/୧୭ ଗତେ ଅଗ୍ନିକୋଣେକନ୍ୟା ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ଦଶମୀ ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧି ରେ ହେବ। କାଳବେଳା-ଦିବା ଘ୦୭/୧୬ ମଧ୍ୟେ ଓ ଘ୦୪/୧୭ଗତେ […]

୩୦୦ କୋଟି ଟଙ୍କାର ବନ୍ୟା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସହାୟତା । ୩୩%ରୁ କମ୍ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଏକର ପିଛା ୬,୮୦୦ ଟଙ୍କା । ଅଣସେଚିତ ଜମି ପାଇଁ ହେକ୍ଟର ପିଛା ମିଳିବ ୬ ହଜାର ୮୦୦ ଟଙ୍କା ।* *ବାରମାସୀ ଫସଲ ପାଇଁ ଏକର ପ୍ରତି ମିଳିବ ୧୮ ହଜାର ଟଙ୍କା ଜଳସେଚିତ ଜମି ପାଇଁ ମିଳିବ ୧୩ ହଜାର ୫୦୦ ଟଙ୍କା । ୫୦% ସବ୍‌ସିଡରେ ମିଳିବ ୨୦୦୦ ପାଣି ପମ୍ପ ସେଟ୍ । ପମ୍ପ ବାବଦକୁ ସର୍ବାଧିକ ମିଳିବ ୧୫ ହଜାର ଟଙ୍କାର ସବ୍‌ସିଡ୍ । ବନ୍ୟା ପ୍ରଭାବିତ ଚାଷୀଙ୍କୁ ୫୦% ରିହାତିରେ ମିଳିବ ୫ ହଜାର ପାୱାର ସେଭର

*👉କୋର ସାନିଟାରୀ କର୍ମଚାରୀଙ୍କ ପାଇଁ ‘ଗରିମା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା, ବ୍ୟକ୍ତି ଦ୍ବାରା ମଳ ସଫେଇ ବ୍ୟବସ୍ଥା ଉଚ୍ଛେଦ ପାଇଁ ଆସିଲା ‘ଗରିମା’ । ୧୧୪ଟି ଅର୍ବାନ ଲୋକାଲ ବଟିର ୨୦ ହଜାର କର୍ମଚାରୀ ଉପକୃତ ହେବେ* *୨୦ ହଜାର ପରିବାରର ପ୍ରାୟ ଏକ ଲକ୍ଷ ଲୋକ ଏହି ସୁବିଧା ପାଇବେ । ଏଥିପାଇଁ ୫୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କଲେ ସରକାର । ସଫେଇ କର୍ମଚାରୀଙ୍କୁ ଗୃହ ନିର୍ମାଣ ପାଇଁ ଏହି ଯୋଜନାରେ ମିଳିବ ସହାୟତା । ଦୁର୍ଘଟଣା ସ୍ଥିତିରେ ସଫେଇ କର୍ମଚାରୀଙ୍କ ପରିବାରକୁ ମିଳିବ ସହାୟତା*

NEET ପରୀକ୍ଷା ପାଇଁ କାଲି ୪ଟି ସ୍ପେଶାଲ ଟ୍ରେନ ଚଳାଇବ ରେଲୱେ: ଖରିଆର ରୋଡରୁ ସମ୍ବଲପୁର ଭାୟା ଟିଟିଲାଗଡ଼, ରାୟଗଡ଼ାରୁ ସମ୍ବଲପୁର, ଭଦ୍ରକରୁ ଭୁବନେଶ୍ୱର ଭାୟା କଟକ, କେନ୍ଦୁଝରରୁ ଭୁବନେଶ୍ୱର ଭାୟା କଟକ ଯିବ ସ୍ପେଶାଲ ଟ୍ରେନ

BPUT ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ ନିଷ୍ପତ୍ତି: ଇଣ୍ଟରମିଡିଏଟ୍ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ ନିଷ୍ପତ୍ତି, ଇଣ୍ଟରମିଡିଏଟ ସେମିଷ୍ଟର ପରୀକ୍ଷା ରେଗୁଲାର ପରୀକ୍ଷା ଭାବେ ବିବେଚିତ ହେବ, ସେପ୍ଟେମ୍ବରରେ ହେବ BTech, BPharma, MBA, MCAର ୨ୟ ସେମିଷ୍ଟର ପରୀକ୍ଷା*

ଭଟ୍ଟାରିକା ଓ ଚର୍ଚ୍ଚିକାଙ୍କ ପୀଠରେ ଦ୍ୱିତୀୟ ଦିନର ବେଶ ଅତି ଚମତ୍କାର

ଆଠଗଡ(ଉଲାପ୍ର) କୋଭିଡ କଟକଣା ଓ ମଳ ମାସ ମଧ୍ୟରେ ମହାମାୟା ଭଟ୍ଟାରିକା ଓ ଚର୍ଚ୍ଚିକାଙ୍କ ପୀଠରେ ଷୋଡଶ ଉପଚାର ପୂଜା ନୀତି ଆରମ୍ଭ ହୋଇଛି, ଚଳିତ ବର୍ଷ ଭଟ୍ଟାରିକା ପୀଠରେ ସୁନାବେଶ ଉପରେ କଟକଣା ଜାରି କରାଯାଇଥିବା ବେଳେ ଭଟ୍ଟାରିକା ଓ ଚର୍ଚ୍ଚିକାଙ୍କ ପୀଠରେ ମାଙ୍କ ସୁନ୍ଦର ବେଶ ଅନୁଷ୍ଠିତ ହୋଇଛି,ଦ୍ୱିତୀୟ ଦିନ ରେ ମାଙ୍କ ବେଶ ଅତି ସୁନ୍ଦର ଦେଖାଯାଉଛନ୍ତି ମା,କୋଭିଡ କଟକଣା ମଧ୍ୟରେ ଦୁଇ ମନ୍ଦିରରେ ପୂଜା ନୀତି ଅନୁଷ୍ଠିତ ହେଉଛି।