ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ ଆବର୍ଜନା:
ହାଟ ବ୍ୟବସାୟୀ ଅସନ୍ତୋଷ :ତୁରନ୍ତ ପ୍ରତିକାର ଦାବୀ
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା ହେତୁ ପୂର୍ବାହ୍ନ ୮ ଘଣ୍ଟା ସମୟରେ ହାଟ ବ୍ୟବସାୟୀ ହାଟପଦା ପହଞ୍ଚି ନିଜ ନିଜ ପିଣ୍ଡିରେ ଦରି ଓ ପାଲ ବାନ୍ଧି ଦୋକାନ ପସରା ଖୋଲିବା ବେଳେ ହାଟପଦା ରେ କୁଢ଼ କୁଢ଼ ଗୋବର […]