ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ: ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମିଥିଲା । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ […]

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ଭଙ୍ଗା ଦଦରା ଘରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଭଙ୍ଗା ଦଦରା ଘରେ ଚାଲିଛି ଶିକ୍ଷା ଦାନ । ବିପଦ ସଂକୁଳ ଅବସ୍ଥାରେ ଗଢ଼ାଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ଓରା ପଞ୍ଚାୟତର ଆଡାରି ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷାକୁ ଗୁରୁତ୍ୱ ଦେଇ ମାଗଣାରେ ରହିବା,ଖାଇବା ସହ ମାଗଣାରେ ବହି,ଖାତା, ପୋଷାକ ଓ ଯୋତା ଆଦି ଯୋଗାଇ ଦେଉଛନ୍ତି । ଏଥି ସହିତ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର […]

ଆନ୍ତର୍ଜାତୀୟ ମହିଳା ଦିବସ ରେ ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ

ଫୁଲବାଣୀ /(ସୁନୀଲ ପଟନାୟକ ) ଆନ୍ତର୍ଜାତୀୟ ମହିଳା ଦିବସ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ସୁଶ୍ରୀ ସଞ୍ଜିତା ପ୍ରଧାନ ଙ୍କୁ ଆଦର୍ଶ ଶିକ୍ଷୟତ୍ରୀ ତଥା ଗୁଣାତ୍ମକ ଶିକ୍ଷା ର ପ୍ରଚାର ପ୍ରସାର କରିବା ସହ ଶିକ୍ଷକତାରେ ନିଜର ସଫଳତା ଓ ପାରଦର୍ଶିତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା lଶିକ୍ଷୟତ୍ରୀ ସୁଶ୍ରୀ ପ୍ରଧାନ ଦୀର୍ଘ ବର୍ଷ ଧରି ନିଷ୍ଠା ଓ ଆନ୍ତରିକତାର ସହ ଶିକ୍ଷାଦାନ କରିଆସୁଛନ୍ତି […]

ଆକସନ ମୋଡ଼ ରେ ପୋଲିସ
ଗୋଛାପଡା ପୋଲିସ ର ଚଢ଼ାଉ
୧୨ କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇଜବତ,ଜଣେ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )ଗଂଜେଇ ମାଫିଆ ଙ୍କୁ ସାବାଡ଼ କରିବାଲାଗି ଏବେ ଆକସନ ମୋଡ଼ ରେ କନ୍ଧମାଳ ପୋଲିସ lକ ନ୍ଧମାଳ ପୋଲିସ ଏସପି ସୁଧାଂଶୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ରବିବାର ଗୋଚ୍ଛା ପଡ଼ା ପୋଲିସଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତ୍ତୃତ୍ଵରେଲୁଇସିଂ ପଂଚାୟତ ର ଋକପଦ ର ଘାଟି ରେ ପେଟ୍ରୋଲିଙ୍ଗ ବେଳେ ରେ ଚଢ଼lଉ କରିଦୁଇଟି ପିକଅପ ଭ୍ୟାନସହ ୧ ୨ କୁଇଣ୍ଟାଲ ଅଠଚାଳିଶ କିଲୋ ଗଂଜେଇ ଜବତ କରିଛନ୍ତି […]

ଶିଳ୍ପଦ୍ୟୋଗୀ ସପ୍ତାହ ୨ 0୨ ୩ ଉଦଘାଟିତ

ଫୁଲବାଣୀ -05/03ଆସନ୍ତା ୫ ରୁ ୯ ଯାଏ ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ଶିଳ୍ପଦ୍ୟୋଗୀ ସପ୍ତାହ ଅବସରରେ ଫୁଲବାଣୀ କରୋନେସନ ପଡିଆ ଠାରେ ଅନୁଷ୍ଠିତ ଶିଳ୍ପ ମେଳା ଉଦଘାଟିତ ହୋଇଛି lଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳା କୁ ଉଦଘାଟନ କରିଥିଲେ lଏହି ଅବସର ରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଶେଷ ଦେବ ମିଶ୍ର, ପ୍ରକଳ୍ପ ପ୍ରଶାସକ ଆଇ ଟିଡ଼ିଏ ନରେଶ କୁମାର ଶବର, ଉଦ୍ୟାନ ବିଭାଗ […]

ଫୁଲବାଣୀ ଜଙ୍ଗଲ ଜଳୁଛି,
ଲିଭିବାର ନାଁ ନେଉନି

ଫୁଲବାଣୀ(ସୁନୀଲ ପଟନାୟକ )ଜଙ୍ଗଲ ବିଭାଗ ର ବ୍ୟାପକ ସଚେତନତା ସତ୍ୱେ ଫୁଲବାଣୀ ବନଖଣ୍ଡ ଅଧୀନ ଫୁଲବାଣୀ ସହର ନିକଟ ପକନା ଗାଁ, ଓ ଆଖ ପାଖ ଆଦି ଜଙ୍ଗଲ ହୁତ ହୁତ ହୋଇ ଜଳୁଥିବା ଦେଖିବାକୁମିଳିଛି lଏସବୁ ଅଂଚଳ ରେ ଜଙ୍ଗଲ ରୀତିମତ ଜଳୁଥିବାଫଳରେ ମୂଲ୍ୟବାନ ଗଛ ନଷ୍ଟ ହେବାସହ ବନ୍ୟ ଜନ୍ତୁ ମାନେ ଅସୁରକ୍ଷିତ ହୋଇପଡୁଛନ୍ତି l ଏବେ କେନ୍ଦୁପତ୍ର, ମହୁଲ ସଂଗ୍ରହ ସୁବିଧା ପାଇଁ ଶୁଖିଲା ପତ୍ର ରେ ନିଆଁ ଲଗାଇଦେଉଥିବାରୁ ଜଙ୍ଗଲ ନଷ୍ଟ […]

ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ

ଫୁଲବାଣୀ(ଉଲ୍ଲାପ୍ର )ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧ 0୭ ତମ ଜୟନ୍ତୀ ଏବଂ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଆଜି ଫୁଲବାଣୀ ସଦର ମହକୁମା ନାରାୟଣି ଯାତ୍ରା ପଡିଆ ଠାରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କନ୍ଧମାଳ ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ବିଜୟ ନାୟକ, ଫୁଲବାଣୀ ବିଧାୟକଅଙ୍ଗଦ କହଁର, ଜିଲ୍ଲା ସଭାପତି ସରୋଜ କର୍ଣ,ମହିଳାବିଜେଡି ଜିଲ୍ଲା ସଭାନେତ୍ରୀପୁନମ କହଁର ଓ ବହୁ ବରିଷ୍ଠ ନେତା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସଶକ୍ତ, […]

ଖରା ନ ହେଉଣୁ ଜଳ କଷ୍ଟ
ପ୍ରଶାସନ ଶୁଣିଲାନି, ନିଜେ ଚାନ୍ଦା କରି ଚୁଆ ଖୋଳି ଲେ

ଫୁଲବାଣୀ (ସୁନୀଲ ପଟନାୟକ )ଖରା ନ ଆରମ୍ଭହେଉଣୁ ଦେଖା ଦେଲାଣି ପାଣି ସମସ୍ୟା। ଆଗକୁ ଆହୁରି ଖରା ହେବ। ପରିସ୍ଥିତ କଣ ହେବ କହିବା ମୁସ୍କିଲ ।ପାଣିପାଇଁ ଲୋକେ ମାଇଲ ମାଇଲ ବାଟ ଯିବାକୁ ପଡୁଛି ତଥାପି ପାଣି ମିଳୁନି । ସରପଞ୍ଚ ଠୁ ଆରମ୍ଭ କରି ଜିଲ୍ଲାପ୍ରଶାସନକୁ ଜଣାଇଥିଲେ ବିଫଳ ଶୁନ ।ଫଳରେ ବାଧ୍ୟହୋଇ ଗାଁ ଲୋକେ ଚାନ୍ଦା କରି ପୋଖରୀ ର ପୁନରୁଦ୍ଧାର କରି ପାନୀୟ ଜଳ ବ୍ୟବସ୍ଥା କରୁଛନ୍ତି ।ସରକାର ଗ୍ରାମାଞ୍ଚଳ ଲୋକଙ୍କ […]

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ କୁ ୨0ବର୍ଷ କାରାଦଣ୍ଡ, ୨0ହଜାର ଜୋରିମାନା

ଫୁଲବାଣ(ସୁନୀଲ ପଟନାୟକ )ଏକ ୬ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ର ସାଖ୍ୟ ପ୍ରମାଣ, ଡାକ୍ତରୀ ମାଈନା ରିପୋର୍ଟ କୁ ଭିତ୍ତି କରି ସୋମବାର ଫୁଲବାଣୀ ପୋକସୋ କୋର୍ଟ ବିଚାରପତି ରାୟଗଡା ଜିଲ୍ଲା ଆମ୍ବା ଦୋଳା ଥାନା ଅନ୍ତର୍ଗତ ବଡମୁଦ୍ରା ଗ୍ରାମର ଅଭିଯୁକ୍ତ ବିଦୁ ସେପାକ ରପୁଅ ସୁନୀଲ ସେପାକ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି lଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ […]