ବାଇକ ଦୁର୍ଘଟଣାରେ ବୃଦ୍ଧା ଗୁୁରୁତର: ବାଇକ ଆରୋହୀ ଆହତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଗୋଛାପଡା ରାସ୍ତାର ବାଲିପଦର ଡମପିଡ଼ିଆ ଗାଁ ନିକଟ ରାସ୍ତାରେ ଏକ ବାଇକ ଜଣେ ବୃଦ୍ଧାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇ ଥିଲେ। ସେହିପରି ବୃଦ୍ଧାଙ୍କୁ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ଆହତ ହୋଇଥିବା ବୃଦ୍ଧା ଜଣକ ପଲାବ୍ରୁଡି ପଞ୍ଚାୟତ ଅନ୍ତର୍ଗତ ଡମପିଡିଆ ଗାଁର ସୁକାନ୍ତି ମଲିକ ଓ ତାଙ୍କର ବୟସ ୬୦ […]

ବିବେକାନନ୍ଦ ଜୟନ୍ତୀ ପାଳନ ଓ ନଗର ପରିକ୍ରମା

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ସାମିଲ୍ ହୋଇଥିବା ବେଳେ ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଭାରତମାତା ଓ ସ୍ୱାମୀ ବିବେକାନନ୍ଦଙ୍କ ବେଶରେ ନଗର ପରିକ୍ରମା କରାଯାଇଥିଲା। […]

ଉପନିର୍ବାଚନ ରେ ବିଜେଡି ପାର୍ଥିନି ବିଜୟୀ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଜି . ଉଦୟଗିରି ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ କାଉନ୍ସିଲର ପଦବୀ ପାଇଁ ଗୁରୁବାର ଉପନିର୍ବାଚନ ହୋଇଥିଲା ଏଥିରେ ଶାସକ ବିଜେଡ଼ି ଦଳ ପାର୍ଥିନି ସିଧେ ଶ୍ୱରୀ ନାୟକ ବିଜୟୀ ହୋଇଛନ୍ତି lସିଧେ ଶ୍ୱରୀ ମୋଟ ୬ ୫ ଟି ଭୋଟ ପାଇଥିବାବେଳେ ନିକଟ ତମ ପ୍ରତିଦ୍ୱନ୍ଦ୍ୱି ରାଖାଲ ନାୟକ ୫ ୩ ଖଣ୍ଡ ଭୋଟ ପାଇଛନ୍ତି lବିଜେପି ପାର୍ଥିନି ସୁଜାତା ନାୟକ ଙ୍କୁ ମାତ୍ର ଖଣ୍ଡିଏ ଭୋଟ […]

ସଡକ ସୁରକ୍ଷା ସପ୍ତାହ ଅବସରରେ ସଚେତନତା ରା଼ଲ୍ଲୀ

ଫୁଲବାଣୀ (ସୁନୀଲ ପଟନାୟକ )ଜାତୀୟ ସଡକ ସୁରକ୍ଷା ସପ୍ତାହ ଅବସରରେ କନ୍ଧମାଳ ଜିଲ୍ଲା ପରିବହନ ବିଭା ଗପକ୍ଷରୁ ଫୁଲବାଣୀ ଠାରେ ଏକ ସଚେତନତା ରା଼ଲ୍ଲୀ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା l ଏହି ସଚେତନତା ରା଼ଲ୍ଲୀ କୁ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଆନୁଷ୍ଠାନିକ ଭାବେ ସବୁଜପତକା ଦେଖାଇ ଉଦଘାଟନ କରିଥିଲେ lଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ଼ ଧରି ସଡକ ସୁରକ୍ଷା ଜୀବନ ରକ୍ଷା,ସର୍ବଦା ଟ୍ରାଫିକ ନିୟମ ପାଳନ, ନିଶା ଗ୍ରସ୍ତ ଅବସ୍ଥାରେ ଗାଡି ନ […]

କେନ୍ଦୁଝର ଜିଲ୍ଲା ରେ ମୁଖ୍ୟମନ୍ତ୍ରୀଙ୍କ କୃଷି ରଥ ଗଡିଲା

କେନ୍ଦୁଝର (ଉଲ୍ଲାପ୍ର )ଓଡ଼ିଶା ସରକାରଙ୍କ ଓ କୃଷକ ଶକ୍ତି କରଣ ବିଭାଗ ପକ୍ଷରୁ ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ କେନ୍ଦେପଶି ପଞ୍ଚାୟତ କୃଷି ଅଧିକାରୀ ଦମୟନ୍ତୀ ମହାନ୍ତଙ୍କ ଅଧକ୍ଷତାରେ ଆଜି ପଞ୍ଚାୟତ ରୁ କୃଷି ରଥ ବାହାରି କେନ୍ଦେପଶି ଛକ ଏବଂ ଗ୍ରାମ କୁ ଯାଇ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ କୃଷିଉଦ୍ୟାଗ ଯୋଜନା, ଜଳନିଧି ଯୋଜନା ଓଡ଼ିଶା ମିଲେଟ ମିଶନ ଯୋଜନା ର ଲକ୍ଷ୍ୟ କିପରି କାର୍ଯ୍ୟ କାରିତା ତାହା L.C.D ଭିଡ଼ିଓ ମାଧ୍ୟରେ ମହିଳା […]

କରଡ଼ା ଅଂଚଳ ରେ ହାତୀ ର ସନ୍ଦେହ ଜନକ ମୃତ୍ୟୁ,ତଦନ୍ତ ଜାରୀ

ଫୁଲବାଣୀ (ସୁନୀଲ ପଟନାୟକ )ପୁଣି କନ୍ଧମାଳ ବନଖଣ୍ଡ ଅଧୀନ କରଡ଼ା ରେଞ୍ଜ ଅନ୍ତର୍ଗତ ରଣବା ପଂଚାୟତ ର ଡେଙ୍ଗା ଖମଣ ଜଙ୍ଗଲରେ ଏକ ହାତୀ ର ମୃତଦେହବୁଧବାର ଉଦ୍ଧାର କରାଯାଇଛି l ତେବେ ହାତୀ ଟିର କାହିଁକି, କେଉଁ କାରଣ ରୁ ମୃତ୍ୟୁ ଘଟିଛି ନା କିଏ ମାରିଦେଇଛି ତାର ତଦନ୍ତ କରୁଛି ବନବିଭାଗl କିଛି ମାସପୁର୍ବରୂ ମଧ୍ୟ ଏହି ରେଞ୍ଜରେ ଗୋଟେ ହାତୀ ଛୁଆ ର ମୃତ୍ୟୁ ଘଟିଥିଲା lଖବରପାଇ କରଡ଼ା ବନବିଭାଗ ରେଞ୍ଜର ବିରଂଚି […]

ଗଡଜାତ ପରିକ୍ରମା ତରଫରୁ ବିବେକାନନ୍ଦ ଙ୍କ 161 ତମ ଜନ୍ମଜୟନ୍ତୀ ପାଳିତ

ଆଠଗଡ(ଉଲ୍ଲାପ୍ର )ଆଠଗଡ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ସ୍ୱାମୀ ବିବେକାନନ୍ଦ ଙ୍କ 161 ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି, ଗଡଜାତ ପରିକ୍ରମା ର ସମ୍ପାଦକ ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଭାରତୀୟ ଗୁଇନ୍ଦା ସଂସ୍ଥାର ପୂର୍ବତନ କମିଶନର ଅଜୟ କୁମାର ମିଶ୍ର ଯୋଗଦେଇ କହିଲେ ପିଲାମାନେ ତୁମେ ଯଦି ବିବେକାନନ୍ଦ ଙ୍କ ଆଦର୍ଶକୁ ଅନୁପ୍ରାଣିତ କରିପାରିବ ତେବେ ଆଗକୁ […]

ଢେଂକିକୋଟ ରେ ପୋଲିସ କୁ ଖୋଲା ଚାଲେଞ୍ଜ

କେନ୍ଦୁଝର ଜିଲ୍ଲା ଢେଂକିକୋଟ ବଜାର ରେ ଫାଣ୍ଡି ପୋଲିସକୁ ଚାଲେଞ୍ଜ ଦେଇ ହୋଇଛି ଚୋରୀ ! ଗତ ବିଳମ୍ବିତ ରାତିରେ ହୋଇଛି ଚୋରୀ ! ଢେଂକିକୋଟ ପେଟ୍ରୋଲ ପମ୍ପ ପଛ ରେ ଘର କରିଥିବା ନୟନା ସାହୁଙ୍କ ଘର କବାଟ ଭାଙ୍ଗି ଦୁର୍ବୁତ୍ତ ଘରେ ପଶି ଲୁଟି ନେଇଛନ୍ତି ଶୁନା ଓ ଗହଣା ! ନୟନା ସାହୁ ଘରେ ଅନୁପସ୍ଥିତ ଥିବା ସୁଯୋଗରେ କଳା କନା ବୁଲେଇଛନ୍ତି ଦୁର୍ବୁତ୍ତ! ଆନୁମାନିକ ଲୁଟ ଟଙ୍କା ର ପରିମାଣ 50 […]

“ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା” ଲୋକନୃତ୍ୟ ଗୀତ ରେ ଝୁମିଲେ ଦର୍ଶକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ ଆୟୋଜିତ ଶୀତ ମହୋତ୍ସବର ଉଦଯାପନୀ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାବିକାଶ କେନ୍ଦ୍ର ବାଲିଗୁଡାର ପ୍ରସିଦ୍ଧ ଲୋକନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା l ଅନୁଷ୍ଠାନ ର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ ପଚିଶ ଜଣିଆ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ l ବରିଷ୍ଠ ଲୋକକଳାକାର ତଥା ବେତାର ସଂଗୀତକାର ମାଷ୍ଟର […]

ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଅଧ୍ୟକ୍ଷତା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସରୋଜକୁମାର ପାଠୀ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଦୁଷ୍ମନ୍ତ ଶବର, ଯୁବ ରେଡକ୍ରସ୍ କାଉନସେଲର […]