ବେଆଇନ ଗଞ୍ଜେଇ ଗଛ ନଷ୍ଟ କଲା କନ୍ଧମାଳ ପୁଲିସ ଓ ଅବକାରୀ ବିଭାଗ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ବା ବେଆଇନ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଜିଲ୍ଲାର ଗୋଛାପଡା ଥାନା ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୧୩୪ ଏକର ବେଆଇନ ଗଂଜେଇ ଗଛ ପୁଣି କଟାଯାଇଛି। ତେବେ ଗୋଛାପଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଗୋଛାପଡା ପଞ୍ଚାୟତର ଲୁହୁରାସାହି, କଡ଼ିପାରି ଓ ପୁରେପଦର ଅଂଚଳର ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଂଜେଇ ଚାଷକୁ […]

କନ୍ଧମାଳ ର ଟିମ୍ ହ୍ୟୁମାନିଟି ସଦସ୍ୟଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଠାରୁ କିଛି ଦୂର ଡ଼ାଙ୍ଗାଣିକିଆ ଗ୍ରାମରେ ଏକ ଛଅ ଫୁଟର ଅଜଗର ସାପ ପଶି ଯାଇଥିବା ନେଇ କଂସ ଦିଗାଲ ନାମକ ବ୍ୟକ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ ଆବାହକ ଭି.ଲୋକନାଥ ରାଜୁଙ୍କୁ ଖବର ଦେଇଥିଲେ। ଟିମ୍ ସଦସ୍ୟ ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି , ଅନ୍ତର୍ଯ୍ୟାମୀ ପ୍ରଧାନ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସୁଦୂର ଜଙ୍ଗଲରେ ଛାଡି ଦେଇଛନ୍ତି। […]

ଟିକାବାଲି ରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି କୃଷି କାର୍ଯ୍ୟାଳୟ ପରିସରରେ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚର ସଂଯୋଜକ ସଞ୍ଜୀବ କୁମାର ଦିଗାଲଙ୍କ ଅଧ୍ୟକ୍ଷତାରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଟିକାବାଲି ଏଏମସିଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଦୀପ୍ତ ନାୟକ, ଗୋଷ୍ଠି କୃଷି ଅଧିକାରୀ ସନ୍ତୋଷ ଦଳବେହେରା, ସାମ୍ୱାଦିକ […]

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର, ସହକାରୀ ବ୍ଲକ ଶିକ୍ଷାଧିକାରୀ , ଅମୁଲ୍ୟ ଜେନା ପ୍ରମୁଖ ଯୋଗ ଦେଇ ଆଜିର ଆଧୁନିକ ଯୁଗ […]

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ,ଓ ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ନିରୁପମା ଦୋରା, ଏ ବି ଇଓ ଅମୁଲ୍ୟ ଜେନା ପ୍ରମୁଖ ଯୋଗ […]

କେ ଜି ବି. ଭି କର୍ମଚାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବୀ ପୂରଣ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ବିଭିନ୍ନ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବିପୂରଣ ନେଇ ଏକ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଙ୍କୁ ପ୍ରଦାନ କରିଥିଲେ l ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଜିଲାପାଳ ପାଟିଲ ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ lସେମାନଙ୍କ […]

ଗୋପାଳପୁର ପୋଲିସ ର ନିସ୍ତୁକ ମାଡ଼ ରେ ବ୍ୟବସାୟୀ ଲହୁ ଲୁହାଣ, ଥାନାଧିକାରୀ ଙ୍କ ନାଁ ରେ ମାମଲା ରୁଜ୍ଜୁ

ଫୁଲ ବାଣୀ (ସୁନୀଲ ପଟନାୟକ )ଗଂଜାମ ଜିଲ୍ଲା ଗୋପାଳପୁର ପୋଲିସ ର ଅମାନବୀୟତା ଓ ବର୍ବରତା lକୌଣସି କାରଣ ନଥାଇଗଂଜାମ ଜିଲ୍ଲା ଗୋପାଳ ପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦେଶ ରେ କୁଆଡେ କିଛି ପୋଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ ସହର ର କନ୍ୟାଶ୍ରମ ରୋଡ ରେ ରହୁଥିବା ରେଡି ମେଡ଼ ଗାର୍ମେଣ୍ଟସ ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କଘରେ ପଶି ସାହି ଲୋକଙ୍କ […]

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫ ଜଣ ଏଡ଼ସ ରୋଗୀ, ୩୬ ମୃତ

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ ଅବସର ରେ ଆୟୋଜିତ ସଭା ରେ ଯୋଗଦେଇ ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ କହିଛନ୍ତି lଦିନଥିଲା ଏଡ଼ସ ନା ଶୁଣିଲେ ଲୋକେ ଭୟଭୀତ ହୋଇଯାଉଥିଲେ l […]

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ ସ୍କୁଲ ରହିଛି ଯେଉଁଠି କି ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନଥିବା ଫଳରେ ପିଲା ଏ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମା […]

ସାତକୋଶିଆ ବାଲିପୁଟରେ ଇକୋ-ରିଟ୍ରିଟ୍‌, ଆଭାସି ମାଧମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନରସିଂହପୁର (ଉଲ୍ଲାପ୍ର )ଓଡ଼ିଶା ଟୁରିଜିମ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ (ଓଟିଡିସି) ପକ୍ଷରୁ କଟକ ଜିଲ୍ଲା ପ୍ରଶାସନ ସହଯୋଗରେ ମହାନଦୀର ସାତକୋଶିଆ-ବାଲିପୁଟରେ ନିର୍ମିତ ଇକୋ-ରିଟ୍ରିଟ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ଉତ୍ସବରେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ସଂମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, କଟକ ଜିଲ୍ଲାପାଳ ଭବାନୀ ଶଙ୍ଖର ଚଇନି,ଅତିରିକ୍ତ ଜିଲାପାଳ ପୂର୍ଣଚନ୍ଦ୍ର ମିଶ୍ର,ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଓ ଟୁରିଜିମ ବିଭାଗର ଅଧିକାରୀ […]