‘ ଦୁନିଆର କୌଣସି ଶକ୍ତି ଭାରତର ଇଞ୍ଚେ ବି ଜମି ଛୁଇଁ ପାରିବେନି’

ଶ୍ରୀନଗର: ( ଉ ଲା ପ୍ର) ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ୨ ଦିନିଆ ଗସ୍ତରେ ଯାଇ ଆଜି ଲେହରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସେନାର ଯାବାନମାନଙ୍କୁ ସମ୍ବୋଧିତ କରି ଯବାନଙ୍କ ମନୋବଳ ବଢାଇବା ସହ ଚୀନ୍‌କୁ ଦୃଢ ବାର୍ତ୍ତା ଦେଇଛନ୍ତି। ଲେହର ଲୁକୁଙ୍ଗ ଆଉଟପୋଷ୍ଟରେ ସୈନିକଙ୍କୁ ସମ୍ବୋଧିତ କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଦୁନିଆର କୌଣସି ଶକ୍ତି ଭାରତର ଏକ ଇଞ୍ଚ ଜମି ମଧ୍ୟ ଛୁଇଁ ପାରିବ ନାହିଁ।ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି […]

*ରାସ୍ତା କଡ଼ରେ ଥିବା ଢାବା ଖୋଲା ରହିବ, ମାତ୍ର ବସି ଖାଇପାରିବେ ନାହିଁ । ରେସ୍ତୋରାଁ ଖୋଲିବନି , ହୋମ୍ ଡ଼େଲିଭରି କରିପାରିବେ । ହୋମ୍ ଡ଼େଲିଭରି କାର୍ଯ୍ୟ କଟକଣାରୁ ବାଦ୍ ରହିବେ । ସହର ଭିତରକୁ ଆସିବା ଓ ଯିବା ଉପରେ କଟକଣା ଲାଗିବ । ଜରୁରୀ କାମ ପଡ଼ିଲେ ୧୦୦ କୁ ଫୋନ୍ କରି ପାସ୍ ପାଇପାରିବେ*

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୪୫୩ କରୋନା ଆକ୍ରାନ୍ତ। ରାଜ୍ୟରେ ଆଜି ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗିରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ୱରରୁ ୧୫, ଜଗତସିଂହପୁର ଓ ମାଲକାନଗିରିରୁ ୧୩ ଲେଖାଏଁ […]

*👉ହଟିଲା ସଟଡାଉନ କଟକଣା ହେଲେ କଡାକଡି ହେବ ଲକଡାଉନ ନିୟମ: ଜରୁରୀ ନଥିଲେ ଘରୁ ବାହାରିବା ମନା, ପରିବା କିମ୍ବା ତେଜରାତି ପାଇଁ ପାଖ ଦୋକାନକୁ ଚାଲି ଚାଲି ଯିବାକୁ ପରାମର୍ଶ; ବାଇକ୍ କାଢିଲେ ଲାଗିବ ମୋଟା ଅଙ୍କର ଜରିମାନା*

*ଗଣମାଧ୍ୟମ ପାଇଁ କୌଣସି ପାସ୍ ବ୍ୟବସ୍ଥା କରାଯାଇନାହିଁ। ବ୍ୟକ୍ତିଗତ କାର୍ଯ୍ୟରେ ପାସକୁ ବ୍ୟବହାର କରନ୍ତୁ ନାହିଁ। ଅନୁମତି ଥିବା ୧୦ % ରୁ ୨୫ % କର୍ମଚାରୀରେ କାମ କରନ୍ତୁ। ସରକାରଙ୍କ ଅତି ଜରୁରୀ ସେବା ଅଫିସ୍ ଲକଡ଼ାଉନ୍ ବେଳେ ଖୋଲିବ। ବାହାଘର ଓ ଅନ୍ତିମ ସଂସ୍କାର ପାଇଁ ଅନୁମତି ନେବାକୁ ପଡ଼ିବ*

*👉ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଲା । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୮୩୨କୁ ବୃଦ୍ଧି । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୨୫ ହଜାର ୬୦୨କୁ ବୃଦ୍ଧି । ୨୪ ଘଣ୍ଟାରେ ୬୮୭ ମୃତ, ୩୪ ହଜାର ୯୫୬ ଜଣ ଆକ୍ରାନ୍ତ*

*👉ଜଗତସିଂହପୁର ପାରାଦୀପରେ ହେଲପରଙ୍କ ମୃତଦେହ ଧରି ପହଞ୍ଚିଲା ଡ୍ରାଇଭର । କେନ୍ଦୁଝରରୁ ଟ୍ରକରେ ମୃତଦେହ ଧରି ହେଲପରଙ୍କ ଘରେ ପହଞ୍ଚିଲା ଡ୍ରାଇଭର । ଡ୍ରାଇଭରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତକ ପାରାଦୀପ ବ୍ଲେଟ ଲାଇନ୍‌ ମୁଣ୍ଡାପଡ଼ା ବସ୍ତିର ବାବୁଲି ସିଂ*