ପଟ୍ଟା କରାଇ ଦେବାକୁ
ଲାଂଚ ନେଇ ଧରାପଡିଲେ ତହସିଲ ପିଅନ

ଫୁଲବାଣୀ-୨୩/୦୮( ସୁନୀଲ ପଟ୍ଟନାୟକ)ଲାଂଚ ନେଇ ଧରାପଡିଲେ କଂଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ ପିଅନ ଅଜୟ ମଲିକ lବୁଧବାର ବାଳଣ୍ଡାପଡା ଆର ଆଇ ଅଫିସ ଡେପୁଟେଶନ ରେ ଥିବା ପିଅନ ଅଜୟ ମଲିକ ସ୍ଥାନୀୟ ବିଜୁ କହଁର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ବାପାଙ୍କ ନାମରେ ଥିବା ଜମିକୁ ତିନି ଭାଇ ଙ୍କ ମଧ୍ୟରେ ଭାଗ କରି ପଟ୍ଟା ପ୍ରଦାନ କରିବା ଲାଗି ୮ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଛନ୍ତି l ଏହି କାମ କରିବା […]

ଯୋଗାଣ ବିଭାଗ ର ଚଢ଼ାଉ, ଗ୍ୟାସ ସିଲିଣ୍ଡର ଜବତ

ଫୁଲବାଣୀ(ସୁନୀଲ ପଟ୍ଟନାୟକ)ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଯୋଗା ଣ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ସ୍ଥାନୀୟ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ ଏଜେନ୍ସୀର ହାଟପଦା ଠାରେ ଥିବା ଏସିଆନ ଗ୍ୟାସ ଏଜେନ୍ସି ଉପରେ ଚଢାଉ କରି ଚାରିଟି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ଓ ୬ଟି ଖାଲି ସିଲିଣ୍ଡର ଜବତ କରିଥିଲେ lସିଲିଣ୍ଡର ରେ ଆବଶ୍ୟକ ପରିମାଣ ଠାରୁ କମ୍ ଓଜନ ର ଗ୍ୟାସ୍ ଥିବା ଓ ସିଲିଣ୍ଡର ରେ ତ୍ରୁଟି ଥିବା ଦର୍ଶାଇ ଥିଲେ ଓ ଓଜନ […]

କନ୍ଧମାଳ ଜିଲ୍ଲା କୁଇ ସମାଜର କର୍ମକର୍ତ୍ତା ଓ ଜନପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର ଓଡ଼ିଶାର କୁଇ(କନ୍ଧ) ସମ୍ପ୍ରଦାୟର ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଓ ଜନପ୍ରତିନିଧି ନବୀନ ନିବାସ ଠାରେ ଉପସ୍ଥିତ ହୋଇ କୃତଜ୍ଞତା ଜଣାଇଥିଲେ। କୁଇ ଭାଷା ସାହିତ୍ୟ ସମିତି, ଓଡ଼ିଶାର ସଭାପତି ଦୀନବନ୍ଧୁ କହଁର, ସମ୍ପାଦକ ଡା ନିରଦ ଚନ୍ଦ୍ର କହଁର, ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ, […]

ସମସ୍ତ କୄଷି ଅଧିକାରୀ ୩୧ରୁ ସାମୂହିକ ଛୁଟିରେ ଯିବେ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ଦୁଇ ବର୍ଷର ସଂଘର୍ଷ ଓ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ଓଡ଼ିଶା କୄଷି ସେବା କ୍ୟାଡର ପୁନର୍ବିନ୍ୟାସକୁ ନେଇ ସରକାରଙ୍କ ଉଦାସୀନତା ଯୋଗୁଁ କୄଷି ଅଧିକାରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଏ ସଂକ୍ରାନ୍ତରେ କନ୍ଧମାଳ କୄଷି ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କନ୍ଧମାଳ ଜିଲାପାଳ ଆଶିଷ୍ ଇଶ୍ବର ପାଟିଲଙ୍କୁ ପ୍ରଦାନ କରାଯାଇଛି। ସଂଘର ସାଧାରଣ ସଂପାଦକ ରାମପ୍ରସାଦ ପାତ୍ର, କୋଷାଧ୍ୟକ୍ଷ ସୁନୀତା ମିଶ୍ର, […]

ଏମ୍ କେ ଏସ ପି ର ନୂତନ କର୍ମକର୍ତ୍ତା ନିର୍ବାଚନ

ଫୁଲବାଣୀ( ଉଲ୍ଲାପ୍ର )ରବିବାର କନ୍ଧମାଳର ସର୍ବପୁରାତନଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ବରିଷ୍ଠ ସଭ୍ୟ, ସମାଜସେବୀ ତଥା ବରିଷ୍ଠ ଆଇନଜୀବି ପ୍ରତାପ କୁମାର ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ପରିଷରେ ବୈଠକ ରେ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠି ତ ହୋଇଥଲା ।ସଭାପତି ରୂପେ ସମାଜ ସେବୀ ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଉପସଭାପତି ରୂପେ ବନ ବିହାରୀ ନନ୍ଦ, ଅଶୋକ କୁମାର ମିଶ୍ର […]

ଫୁଲବାଣୀ ଜଗନ୍ନାଥ୍ ମନ୍ଦିର ଉନ୍ନତି କରଣ ପାଈଁ ୨କୋଟି ୨୦ଲକ୍ଷ ଅନୁଦାନ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଫା ଇ ଭ ଟି ସଚିବ ଭି କେ ପଣ୍ଡିଆନ ଦୁଇ ଦିନିଆ କଂଧମାଳ ଗସ୍ତ ରେ ଆସି ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସହ ସମସ୍ୟା ସମ୍ପର୍କରେ ଆଲଚନା କରିଥଲେ l ଆଉ ଆର୍ଥିକ ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ,ସେହି ଅନୁଯାୟୀ ଅର୍ଥ ଅନୁଦାନ […]

କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ୬ କୋଟି ୪୮ଲକ୍ଷ ଅନୁଦାନ

ଫୁଲବାଣୀ(ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଅନେକ ଛୋଟ ବଡ଼ ପର୍ଯ୍ୟଟନ ସ୍ଥଳୀ ରହିଛି l ପ୍ରାକୃତିକ ମୋନୋରମ ପରିବେଶ ମଧ୍ୟରେ ଏସବୁ ରହିଥିବାରୁ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରୁଛି l ପ୍ରତିବର୍ଷ ଜିଲ୍ଲା ଓ ଜିଲ୍ଲା ବାହାର ର ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି ହେଲେ ସବୁ ସ୍ଥାନ କୁ ଯିବା ଲାଗି ଭଲ ରାସ୍ତା ନଥିବା ଫଳରେ ଯିବା ସମ୍ଭବ ହେଉନଥିଲା ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଫାଇବ ଟି ସଚିବ ଭି କେ […]

ବଇଡ଼ା ହାଇସ୍କୁଲ ରେ ଆଇନ୍ ସଚେତନତା ଶିବିର

ଫୁଲବାଣୀ( ଉଲ୍ଲାପ୍ର )ଫୁଲବାଣୀ ବ୍ଳକ ଅନ୍ତର୍ଗତ ଦିନାରସିଙ୍ଗ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବଇଡା ଠାରେ, ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀ ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଅନୁଶୀଳା ରଏ, ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣ, କମଳକାନ୍ତ ପଣ୍ଡା, ଉପ-ଅରକ୍ଷୀ ଆଧିକ୍ଷକ, ଫୁଲବାଣୀ, ଶ୍ରୀମତୀ ଜୟନ୍ତୀ ପାଣୀଗ୍ରାହୀ, ମୁଖ୍ୟ ଲିଗାଲ ଏଡ ଡ଼ିଫେନ୍ସ କାଉନ୍ସେଲ, ଶ୍ରୀମତୀ ନନ୍ଦିତା କୁମାରୀ, ବରିଷ୍ଠ ଆଇନଜିବୀ, ଅଶୋକ […]

ଦାବୀ ପୁରଣ ନେଇ ଧାରଣା ରେ ପିଇଓ ସଂଘ

ଫୁଲବାଣୀ (ସୁନୀଲ ପଟ୍ଟନାୟକ)ବିଭିନ୍ନ ଦାବୀ ପୁରଣ ନେଇ ପିଇଓ ସଂଘ ପକ୍ଷରୁ ଶୁକ୍ରବାର ସମସ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସି ଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦାବୀ ପୂରଣ ହେବା ଯାଏଁ ଏହି ଧାରଣା ଚାଲିବ ବୋଲି କୁହାଯାଇଛି l ସୁଚନା ଯୋଗ୍ୟ ଯେ ଗତ ଅଗଷ୍ଟ ସାତ ଋ୧୭ ଯାଏ କଳା ବ୍ୟାଚ ପିନ୍ଧି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଦାବୀ ପତ୍ର ମଧ୍ଯ ପ୍ରଦାନ କରାଯାଇଥିଲା ବୋଲି […]

ଚଳନ୍ତା ଟ୍ରେନରେ ଗୁଳି ଚଳାଇ ନେଇଥିଲେ ୪ ଜୀବନ; ଚାକିରିରୁ ବିଦା ହେଲେ RPF କନଷ୍ଟେବଳ

ଜୟପୁର- ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସରେ ଗତ ୩୧ ତାରିଖରେ ଗୁଳି କରି ୪ ଜଣଙ୍କୁ ହତ୍ୟା କରିଥିବା RPF କନଷ୍ଟେବଳ ଚେତନ ସିଂ ଚୌଧୁରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଏନେଇ ଏକ ନିର୍ଦ୍ଦେଶନାମା ଗତ ୧୪ ତାରିଖରେ ମୁମ୍ବାଇ ସେଣ୍ଟ୍ରାଲ RPF ଡିଭିଜିନାଲ ସିକ୍ୟୁରିଟି କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଚେତନ ଏବେ ଜେଲ୍‌ରେ ବନ୍ଦୀ ଥିବା ବେଳେ ତାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ତାଙ୍କ ପତ୍ନୀ। ଏପରିକି ମୋ’ […]