ପ୍ରଧାନ ମନ୍ତ୍ରୀ ଙ୍କୁ ରେଳବାଇ କ୍ରିୟାନୁଷ୍ଠାନ କମିଟି ର ଦାବୀପତ୍ର ପ୍ରଦାନ

ଫୁଲବାଣୀ(ସୁନୀଲ ପଟ୍ଟନାୟକ)ଗୁରୁବାର ସନ୍ଧ୍ୟା ରେ ରେଳ ବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ ଙ୍କ ନେତୃତ୍ବରେ ରେ କନ୍ଧମାଳ ଜିଲ୍ଲାପାଳ ଆଶିଶ ଇଶ୍ଵର ପାଟିଲ ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା lଏହି ସ୍ମାରକ ପତ୍ର ରେ ଗୋପାଲ ପୁର୍ – ସମ୍ବଲପୁର ଭାୟା ଫୁଲବାଣୀ ଦେଇ ପ୍ରସ୍ତାବିତ ରେଳ ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି […]

ସ୍ୱଦେଶୀ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ, ସ୍ୱାବଲମ୍ବୀ ଅଭିଯାନ ଓ ବୈଦ୍ୟ ଶାଳାର ବଲାଙ୍ଗିର ଠାରେ କର୍ମଶାଳା ଆୟୋଜନ

ବୌଦ୍ଧ ( ଉଲ୍ଲାପ୍ର )- ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଵଦେଶୀ ହର୍ବାଲ ଫାଉଣ୍ଡେସନ ଓ ବୈଦ୍ୟଶାଲା ଆନୁକୁଲ୍ୟରେ, ବୌଦ୍ଧ ଜିଲ୍ଲା ର ମାହେଶ୍ଵରୀ ଗୋଶାଳା ଓ ଜରା ଆଶ୍ରମ, ଦନ୍ତାପାଲି ଆୟୋଜନରେ, ବଲାଙ୍ଗିର ଜିଲ୍ଲା ପଥାର ଚେପା ସ୍ଥିତ ଅନ୍ଧ ମୂକ ବଧିର ସ୍କୁଲ ଠାରେ ଶିବିର ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବାବା ନିତ୍ୟାନନ୍ଦ ଦାସ ମୁଖ୍ୟ ବକ୍ତା ଭାବେ ବୈଦ୍ୟ ବିଶାରଦ କୃଷ୍ଣ ଚଦ୍ର ସିଂ ବାବୁ,ମୁଖ୍ୟ ପ୍ରଶିକ୍ଷକ ଭାବରେ ବୈଦ୍ୟ […]

ବୌଦ୍ଧ ବ୍ଲକ ଶିକ୍ଷକ ଆନ୍ଦୋଳନ ସପ୍ତମ ଦିନରେ

ବୌଦ୍ଧ( ଉଲ୍ଲାପ୍ର )ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଁଚିଛି l ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ରାଜ୍ୟ ସଂଘ ଡାକରା କ୍ରମେ ଗତ କାଲି ଠାରୁ ବୌଦ୍ଧ ଜିଲ୍ଲାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସମୂହ ଛୁଟି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଅଛନ୍ତି l ଜିଲ୍ଲା ଅଣ ଗେଜେଟେଡ଼ କର୍ମଚାରୀ ସଂଘର ଚେୟାରମ୍ୟାନ ରେଜେନ୍ଦ୍ର ମହାପାତ୍ର, ସଭାପତି ଜିତେନ୍ଦ୍ର ମିଶ୍ର ଏବଂ ସମ୍ପାଦକ ତାପସ […]

ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରେ ପୁରାଉଆଁସ ପର୍ବ ପାଳିତ

ବୌଦ୍ଧ( ଉଲ୍ଲାପ୍ର )ବୌଦ୍ଧ ଜିଲ୍ଲା ସଦର ବ୍ଲକର ବାଉଁଶୁଣି ଅଞ୍ଚଳରେ ଗୁରୁବାର ପୁରାଉଆଁସ (ସପ୍ତପୁରୀ ଅମାବାସ୍ୟା) ପର୍ବ ପାଳିତ ହୋଇଅଛି। ଛୋଟ ଛୋଟ ବାଳିକା ମାନେ ବାଉଁଶର କୂଲେଇ ଓ ଚାଙ୍ଗୁଡିରେ ମାଟିରେ ନିର୍ମିତ କାଁଚି, କୁଁଢ଼ି , ବିଭିନ୍ନ ପ୍ରକାର ଚଣା ଏବଂ ଅନ୍ୟାନ୍ୟ ଘରକରଣା  ସାମଗ୍ରୀ ନେଇ ଗ୍ରାମର ପୀଠ ଗୁଡିକରେ ଥିବା ଦେବାଦେବୀଙ୍କୁ ପୂଜା କରିଥିଲେ। ସେହିପରି ବାଳକ ମାନେ ମାଟି ଓ କାଠରେ ନିର୍ମିତ ଘୋଡା ହାତୀ ଆଦି ଚକଲଗା ଖେଳଣା […]

କଲେଜ ସମସ୍ୟା ନେଇ ରାଜ ରାସ୍ତା କୁ ଉଲ୍ଲହେଲେ ଛାତ୍ର ଛାତ୍ରୀ

ବୌଦ୍ଧ ( ଉଲ୍ଲାପ୍ର )ବୌଦ୍ଧ କଲେଜର ବିଭିନ୍ନ ସମସ୍ୟା ନେଇ ରାଜ ରାସ୍ତାରେ ଛାତ୍ର ଛାତ୍ରୀ I ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ରହିଛି I ସେହି ସମସ୍ୟା ଗୁଡିକ ହେଲା କଲେଜ କୁ ଯିବାକୁ ଭଲ ରାସ୍ତା ଖଣ୍ଡେ ନାଇଁ, କଲେଜର ଲାଇବ୍ରେରୀ ନାହିଁ ଏବଂ କଲେଜ ଅଧ୍ୟକ୍ଷା ଛାତ୍ର ଛାତ୍ରୀ ଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଳ ଫଳରେ ଅଧ୍ୟକ୍ଷା ଙ୍କୁ ଅନ୍ୟତ୍ର ବଦଳି ସହ ଆଉ ଅନେକ ସମସ୍ୟା […]

ବାଙ୍କିରେ ଯୋଗଜନ୍ମା ଯୋଗେଶ ରାଉତଙ୍କ ଶ୍ରାଦ୍ଧ ଦିବସ ପାଳିତ

ବାଙ୍କୀ ( ଉଲ୍ଲାପ୍ର )ବାଙ୍କୀ ମାଟିର ଯୋଗଜନ୍ମା,ଯୁଗଜନ୍ମା,ଓଡ଼ିଶାର ସମବାୟ ସମ୍ରାଟ,ନିଜ କାନ୍ଧରେ ପଥର ବୋହି ବାଙ୍କୀ ମହାବିଦ୍ୟାଳୟକୁ ପ୍ରତିଷ୍ଠା କରିଥିବା ଜନ ପ୍ରତିନିଧି , ପୂର୍ବତନ ସମବାୟ ମନ୍ତ୍ରୀ,ଆମ ଶିଶୁଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା,ବାଙ୍କୀ ମାଟିର ପୂର୍ବତନ ବିଧାୟକ ତଥା ବାଙ୍କୀ ମାଟି ଉନ୍ନତି ର ମୁଖ୍ୟ କର୍ଣ୍ଣଧାର #ଡା. ଯୋଗେଶ ଚନ୍ଦ୍ର ରାଉତଙ୍କ ୧୪ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି,

ଗ୍ୟାସ ଏଜେନ୍ସି ଗୋଡାଉନ କିପରକୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୩୨ ହଜାର ଟଙ୍କା ଲୁଟ ।
କାମାକ୍ଷାନଗର ପୋଲିସ୍ ଙ୍କ ପାଇଁ ବଡ଼ ଚାଲେଞ୍ଚେ।
କାମାକ୍ଷାନଗର ବସି ଅସୁରକ୍ଷିତ

କାମାକ୍ଷା ନଗର ( ଉଲ୍ଲାପ୍ର )-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ସ୍ଥିତ ଗୋଲକ ଗ୍ୟାସ ଗୋଡାଉନରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୩୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଦୁଇ ଜଣ ଯୁବକ ମୁଖା ପିନ୍ଧି ବାଇକରେ ଆସି ଗୋଡାଉନ କିପର ବସନ୍ତ ବେହେରାଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ପରେ ତାଙ୍କୁ ଜୀବନରୁ ମାରିଦେବା ଧମକ ଦେଇ ଟଙ୍କା ବ୍ୟାଗକୁ ଲୁଟି ନେଇଥିଲେ । ଖବର ପାଇ […]

କାମାକ୍ଷାନଗର ମୁଖ୍ୟ ଚିକିତ୍ସାଳୟ ଚତୁପାର୍ଶ୍ଵ ବର୍ଷାଜଳ, ମେଡିକାଲ୍‌ର ଦେହ ଖରାପ । ମେଡିକାଲ ସୁସ୍ଥ ହେବ କେବେ

। କାମାକ୍ଷା ନଗର ( ଅକ୍ଷୟ ନନ୍ଦ )ଢେଙ୍କାନାଳ-ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ହସ୍ପିଟାଲ । ହସ୍ପିଟାଲର କ୍ୱାଟର୍ସ ଗୁଡିକ ଜଳ ଘେରରେ ରହିଥିବା ଦେଖିବାକୁ ମିଳିଛି । ଆଣ୍ଠୁଏ ପାଣିରେ ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ଷ୍ଟାଫ ମାନେ ଯିବା ଆସିବା କରୁଛନ୍ତି । ଏଥିସହିତ ମେଡ଼ିକାଲ ଭିତରେ ମଧ୍ୟ ବର୍ଷା ଜଳ ପଶିଛି । ଦୀର୍ଘଦିନ ଧରି ଏହି ସମସ୍ୟା ଷ୍ଟାଫ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ […]

ରୋଗ ଶଯ୍ୟା ରେ ପୁଅ, ଚିନ୍ତାରେ ପରିବାର

ଫୁଲବାଣୀ ( ଉଲ୍ଲାପ୍ର )- ପାଠ ପଢି ଚାକିରି କରିବ, ଆଉ କିଛି ରୋଜଗାର କରି ଘର ର ଦାୟିତ୍ବ ନେବ ବୋଲି ଆଶା ରଖିଥିଲେ ବାପା ମାଆl କିନ୍ତୁ ପୁଅ ଏବେ ରୋଗ ରେ ପଡି ଶଯ୍ୟା ଶା ୟୀ l ଆଜିକୁ ଦେଢ ବର୍ଷ ହେଲା ପେଟ ରୋଗ ରେ ପୀଡିତ l ପୁଅର ଚିକିତ୍ସା ପାଇଁ ଏ ଡାକ୍ତରଖାନା ରୁ ସେ ଡାକ୍ତରଖାନା କୁ ନେଇ ବାପା ବହୁ ଅର୍ଥ ଖର୍ଚ୍ଚ କରିସାରିଲେଣି […]

ସଂଖ୍ୟା ଲଘୁ ସମ୍ପ୍ରଦାୟର ପ୍ରସ୍ତୁତି ବୈଠକ

ରସୁଲପୁର ( ସୁଶାନ୍ତ ଜେନା )ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମ୍ ବରଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମୌଳିକ ସମସ୍ୟାର ର ସମାଧାନ କରାଯିବା ପାଇଁ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ବ୍ରାହ୍ମବରଦା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ରାକେଶ ଦେଓ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛଅଛି। ଉକ୍ତ ପ୍ରସ୍ତୁତି ବୈଠକରେ ବରୀ ନିର୍ବାଚନ ମଣ୍ଡଳୀ ର ବିଜେଡି ସଂଯୋଜକ ଦେବେନ୍ଦ୍ରଦାସ ଯୋଗ ଦେଇ ବ୍ରହ୍ମ୍ବରଦା ଓ ଏହାର ଆଖପାଖ […]